ବଲାଙ୍ଗିର: କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ରହସ୍ୟ ଉପରୁ ଖୁବଶୀଘ୍ର ହଟିପାରେ ପରଦା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ମେହେର ମୁହଁରୁ ସତ ବାହାର କରିଛି ବଲାଙ୍ଗିର ପୋଲିସ । ଗତକାଲି ଗିରଫ ପରେ ଗୋବିନ୍ଦକୁ ସାରା ରାତି ବଲାଙ୍ଗିର ଏସପିଙ୍କ କାର୍ୟ୍ୟାଳୟରେ ଜେରା ହୋଇଛି । ପୂରା ଘଟଣାର ଗୋଟି ଗୋଟି ସତ ତା ପାଖରୁ ବାହାର କରିଥିବା ସୂଚନା ମିଳିଛି । ଆଜି ଗୋବିନ୍ଦକୁ କୋର୍ଟ ଚାଲାଣ କରିବ ପୋଲିସ ।

ଗତ ୮ ତାରିଖରୁ ନିଖୋଜ ଅଛନ୍ତି ମମିତା ମେହେର । ମହାଲିଙ୍ଗ ଯାଉଥିବା ବେଳେ ଅଧାବାଟରେ ଚାନ୍ଦୋତରା ନିକଟରେ ବସରୁ ଓହ୍ଲାଇଥିଲେ । ଗୋବିନ୍ଦ ସାହୁଙ୍କ ସହ କାରରେ ଯାଇଥିବା ଅଭିଯୋଗ ହୋଇଛି । ଭବାନୀପାଟଣାରେ ସପିଂ କରିଥିବା କୁହାଯାଉଛି । ସିସିଟିଭି ଭିଡିଓ ପୋଲିସ ହାତରେ ଲାଗିଥିବା ସୂଚନା ମିଳିଛି । ତାପରଠୁ କୁଆଡ଼େ ଗଲେ ମମିତା ? ତାଙ୍କର ଖୋଜ ଖବର ନଥିବା ବେଳେ ଗୋବିନ୍ଦ ପୋଲିସ ବାରାକୁ ଚମ୍ପଟ ମାରିବା ଘଟଣା ମମିତାଙ୍କ ନିଖୋଜକୁ ଅଧିକ ରହସ୍ୟମୟ କରିଥିଲା ।

ସେପଟେ ଅଟକ ଜେସିବି ଡ୍ରାଇଭର, କଲେଜର ନାଇଟ୍ ଓ୍ୱାଚ୍ ମ୍ୟାନ୍ ଓ କଲେଜ ପ୍ରିନ୍ସିପାଲଙ୍କୁ ବି ପଚରାଉଚରା କରିଛି ପୋଲିସ । ସେମାନଙ୍କୁ ବଲାଙ୍ଗିର ଆଣି ଜେରା କରାଯାଇଥିବା ସୂଚନା ମିଳିଛି । ଏହି ୩ ଜଣଙ୍କ ପାଖରୁ ପୋଲିସ ପାଇଛି ଗୁରୁତ୍ୱପୂର୍ଣ୍ଣ ସୁରାକ । ତଥ୍ୟ ପ୍ରମାଣ ବି ପୋଲିସ ହାତରେ ଲାଗିଛି । ଏବେ ସାଇଣ୍ଟିଫିକ୍ ତଥ୍ୟ ପ୍ରମାଣକୁ ଅପେକ୍ଷା । ତେଣୁ ଖୁବଶୀଘ୍ର ପୋଲିସ ମମିତା ନିଖୋଜ ମିଷ୍ଟ୍ରିର ପର୍ଦ୍ଦାଫାସ କରିବ ଆଶା କରାଯାଉଛି ।
BREAKING NEWS
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
- ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…
- ଆଇଏଫଏସ ଅଧିକାରୀ କେ.ମୁରୁଗେସାନ୍ ହେଲେ ନୂଆ ପିସିସିଏଫ
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
- ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ
- ରଣଜୀ ଟ୍ରଫି: ଓଡିଶା ୨୨୧ ରନରେ ଅଗ୍ରଣୀ
- ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦିବଙ୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର
- ଲାଞ୍ଚ ନେଇ ବନ୍ଧା ହେଲେ ପଶୁଚିକିତ୍ସା କାର୍ଯ୍ୟାଳୟର କର୍ମୀ
- ମାଓ ସଂଗଠନ ପାଇଁ ଅଡିଓ ବାର୍ତ୍ତା ଜାରି କଲେ ଡିଜିପି; ସରେଣ୍ଡର ପାଇଁ ଏହି ଫୋନ୍ ନଂରେ ଯୋଗାଯୋଗ କରନ୍ତୁ…
Comments are closed.