ବଲାଙ୍ଗିର: କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ରହସ୍ୟ ଉପରୁ ଖୁବଶୀଘ୍ର ହଟିପାରେ ପରଦା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ମେହେର ମୁହଁରୁ ସତ ବାହାର କରିଛି ବଲାଙ୍ଗିର ପୋଲିସ । ଗତକାଲି ଗିରଫ ପରେ ଗୋବିନ୍ଦକୁ ସାରା ରାତି ବଲାଙ୍ଗିର ଏସପିଙ୍କ କାର୍ୟ୍ୟାଳୟରେ ଜେରା ହୋଇଛି । ପୂରା ଘଟଣାର ଗୋଟି ଗୋଟି ସତ ତା ପାଖରୁ ବାହାର କରିଥିବା ସୂଚନା ମିଳିଛି । ଆଜି ଗୋବିନ୍ଦକୁ କୋର୍ଟ ଚାଲାଣ କରିବ ପୋଲିସ ।

ଗତ ୮ ତାରିଖରୁ ନିଖୋଜ ଅଛନ୍ତି ମମିତା ମେହେର । ମହାଲିଙ୍ଗ ଯାଉଥିବା ବେଳେ ଅଧାବାଟରେ ଚାନ୍ଦୋତରା ନିକଟରେ ବସରୁ ଓହ୍ଲାଇଥିଲେ । ଗୋବିନ୍ଦ ସାହୁଙ୍କ ସହ କାରରେ ଯାଇଥିବା ଅଭିଯୋଗ ହୋଇଛି । ଭବାନୀପାଟଣାରେ ସପିଂ କରିଥିବା କୁହାଯାଉଛି । ସିସିଟିଭି ଭିଡିଓ ପୋଲିସ ହାତରେ ଲାଗିଥିବା ସୂଚନା ମିଳିଛି । ତାପରଠୁ କୁଆଡ଼େ ଗଲେ ମମିତା ? ତାଙ୍କର ଖୋଜ ଖବର ନଥିବା ବେଳେ ଗୋବିନ୍ଦ ପୋଲିସ ବାରାକୁ ଚମ୍ପଟ ମାରିବା ଘଟଣା ମମିତାଙ୍କ ନିଖୋଜକୁ ଅଧିକ ରହସ୍ୟମୟ କରିଥିଲା ।

ସେପଟେ ଅଟକ ଜେସିବି ଡ୍ରାଇଭର, କଲେଜର ନାଇଟ୍ ଓ୍ୱାଚ୍ ମ୍ୟାନ୍ ଓ କଲେଜ ପ୍ରିନ୍ସିପାଲଙ୍କୁ ବି ପଚରାଉଚରା କରିଛି ପୋଲିସ । ସେମାନଙ୍କୁ ବଲାଙ୍ଗିର ଆଣି ଜେରା କରାଯାଇଥିବା ସୂଚନା ମିଳିଛି । ଏହି ୩ ଜଣଙ୍କ ପାଖରୁ ପୋଲିସ ପାଇଛି ଗୁରୁତ୍ୱପୂର୍ଣ୍ଣ ସୁରାକ । ତଥ୍ୟ ପ୍ରମାଣ ବି ପୋଲିସ ହାତରେ ଲାଗିଛି । ଏବେ ସାଇଣ୍ଟିଫିକ୍ ତଥ୍ୟ ପ୍ରମାଣକୁ ଅପେକ୍ଷା । ତେଣୁ ଖୁବଶୀଘ୍ର ପୋଲିସ ମମିତା ନିଖୋଜ ମିଷ୍ଟ୍ରିର ପର୍ଦ୍ଦାଫାସ କରିବ ଆଶା କରାଯାଉଛି ।
BREAKING NEWS
- ବାବ୍-ଅଲ୍-ମାଣ୍ଡେବ ପ୍ରଣାଳୀ ବନ୍ଦ ହେଲେ କେଉଁ ଜିନିଷର ଅଭାବ ରହିବ? ଭାରତକୁ କେତେ ପ୍ରଭାବିତ କରିବ..
- Customs Duty Exemption on Petrochemical: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋକେମିକାଲ୍ ଉତ୍ପାଦ ଉପରୁ ସୀମା ଶୁଳ୍କ ଛାଡ଼
- ଚୌଦ୍ବାର ଜେଲରୁ ଫେରାର୍ ଦ୍ବିତୀୟ କଏଦୀ ଗିରଫ
- ସେୟାର୍ ବଜାର୍ ଖୋଲୁ ଖୋଲୁ ତଳକୁ ଖସିଲା ସେନସେକ୍ସ ଓ ନିଫ୍ଟି
- ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ, ପେଟ୍ରୋଲ ପମ୍ପରେ PUCC ଅନିବାର୍ଯ୍ୟ
- ଆଜି ସରିବ ମାଟ୍ରିକ ଖାତାଦେଖା, ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଫଳ
- ମହାରାଷ୍ଟ୍ରର ଭୟଙ୍କର ଦୁର୍ଘଟଣା, ୮ ମହିଳା ମୃତ
- ଆର୍ଟେମିସ୍-୨ ଚନ୍ଦ୍ର ମିଶନ୍ ଲଞ୍ଚ କଲା ନାସା
- Chandigarh blast:ବିଜେପି କାର୍ଯ୍ୟାଳୟ ବାହାରେ ଗ୍ରେନେଡ୍ ଆକ୍ରମଣ; କେନ୍ଦ୍ରୀୟ ଏଜେନ୍ସିର ତଦନ୍ତ ଆରମ୍ଭ
- ECoR:ପୁଣି ଦେଶର ଏକ ନମ୍ବର ରେଳ ଜୋନ୍ ହେଲା ପୂର୍ବ ତଟ ରେଳପଥ; ସର୍ବାଧିକ ୨୮୬.୩ ନିୟୁତ ଟନ୍ ପଣ୍ୟ ପରିବହନ
Comments are closed.