Latest Odisha News

[ଭିଡିଓ] ପ୍ରିୟ ଜିପ୍ ଧରି ପାଟନା ରାସ୍ତାରେ ବୁଲିଲେ ଲାଲୁ ପ୍ରସାଦ ଯାଦବ

ପାଟନା : ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପୁରୁଣା ଅନ୍ଦାଜକୁ ଫେରିଛନ୍ତି । ଆଜି ଲାଲୁ ପ୍ରସାଦ ଯାଦବ ପାଟନା ରାସ୍ତାରେ ନିଜର ପୁରୁଣା ଜିପ୍ କୁ ଚଲାଉଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ଅନେକ ଲୋକମାନେ ଏହି ଜିପ୍ ଚଲାଉଥିବାର ଦେଖିଥିଲେ। ଲାଲୁ ମଙ୍ଗରବାର ରାତିରୁ ଏହି ଜିପ୍ ଚଲାଇବା ପାଇଁ ଜିଦ୍ କରୁଥିଲେ। ହେଲେ ଜିପ୍ ଖରାପ ଥିଲା। ଜିପ୍ ସଜଡା ଯିବା ପରେ ସକାଳୁ ଗାଡି ଧରି ପାଟଣା ରାସ୍ତାରେ ବୁଲିବାକୁ ବାହାରି ପଡ଼ିଥିଲେ ସେ ।  ଏହି ଜିପ୍ ଚଲାଇବା ସହ ଆରେଜଡି ଟ୍ୱିଟରରେ ଗୀତା ଜ୍ଞାନ ମଧ୍ୟ ଦେଇଛନ୍ତି ଲାଲୁ। ଏହି ଭିଡିଓକୁ ସେ ଅପଲୋଡ୍ କରି ବହୁ ବର୍ଷ ପରେ ମୁଁ ପୁଣି ମୋ ପୁରୁଣା ଗାଡି ଚଳାବାର ସୁଯୋଗ ପାଇଛି ବୋଲି କହିଛନ୍ତି।

 

Comments are closed.