Latest Odisha News

BREAKING NEWS

ବାପା ହେଲେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଭୁବନେଶ୍ୱର କୁମାର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତ୍ନୀ ନୁପୂର ଏକ ଘରୋଇ ଡାକ୍ତରଖାନାରେ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଏହା ସେମାନଙ୍କ ପ୍ରଥମ ସନ୍ତାନ । ୪ର୍ଥ ବିବାହ ବାର୍ଷିକୀ ଅବସରରେ ସେମାନଙ୍କୁ ଏହି ଗୁଡ ନ୍ୟୁଜ ମିଳିଥିବାରୁ ତାଙ୍କ ଖୁସି ଡବଲ ହୋଇଯାଇଛି । ଚଳିତ ବର୍ଷ ଭୁବନେଶ୍ୱରଙ୍କ ବାପା କିରଣ ପାଲ ସିଂଙ୍କ କର୍କଟ ରୋଗରେ ଦେହାନ୍ତ ହେବା ପରେ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିଲେ । ଏବେ ପୁନର୍ବାର ପରିବାରକୁ ଖୁସି ଫେରିଛି ବୋଲି ତାଙ୍କ ଭଉଣୀ ଏବଂ ମାଆ କହିଛନ୍ତି ।

ନିକଟରେ ଭୁବନେଶ୍ୱର ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ଚମତ୍କାର ପ୍ରଦର୍ଶନ କରି ୩ଟି ଉଇକେଟ ଅକ୍ତିଆର କରିଥିଲେ । ଗୁରୁବାର ପତ୍ନୀଙ୍କୁ ନେଇ ଭୁବନେଶ୍ୱର ମେରଠସ୍ଥିତ ବାସଭବନକୁ ଯିବେ ବୋଲି କହିଛନ୍ତି । ବିଭିନ୍ନ ମହଲରୁ ଭୁବନେଶ୍ୱର ଏବଂ ନୁପୂରଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.