Latest Odisha News

BREAKING NEWS

ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟ ସ୍ଥିର ଅଛି

ନୂଆଦିଲ୍ଲୀ: ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟ ସ୍ଥିର ଅଛି । ଏମ୍ସରେ ଚିକିତ୍ସିତ ହେଉଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି ବୋଲି ଖବର ପ୍ରକାଶିତ ହୋଇଥିଲା ।   ଲାଲୁଙ୍କ ଶରୀର ନିସ୍ତେଜ ହେବାରେ ଲାଗିଛି  ବୋଲି କିଛି ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତେବେ ଏହାକୁ ଖଣ୍ଡନ କରିଛନ୍ତି ପୁଅ ତେଜସ୍ବୀ ଯାଦବ । ସେ କହିଛନ୍ତି ଏବେ ଟିକେ ବାପାଙ୍କ ଦେହ ଭଲ ହୋଇ ଆସୁଛି ।

ଲାଲୁ ପ୍ରସାଦ ଯାଦବଙ୍କ କାନ୍ଧ ଓ ଗୋଡ଼ରେ ଆଘାତ ଲାଗିବା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି।  ସମସ୍ୟା ବଢିବାରୁ ଏମ୍ସ ଡାକ୍ତରମାନେ ତାଙ୍କର ବିଭିନ୍ନ ପ୍ରକାର ଯାଞ୍ଚ କରିଛନ୍ତି। ସୂଚନାଯୋଗ୍ୟ, ଲାଲୁ ପ୍ରସାଦ ଯାଦବ ରବିବାର ପାଟନାର ରାବ୍‌ଡ଼ି ଦେବୀଙ୍କ ସରକାରୀ ବାସଭବନରେ ପଡ଼ିଯାଇଥିଲେ। ଫଳରେ ତାଙ୍କ କାନ୍ଧ ହାଡ଼ ଭାଙ୍ଗି ଯାଇଥିଲା। ଶରୀରର ଅନ୍ୟ ଅଙ୍ଗରେ ମଧ୍ୟ ଗୁରୁତର ଆଘାତ ଲାଗିଥିଲା। ସେ ପୂର୍ବରୁ ଅନେକ ରୋଗରେ ପୀଡିତ ଥିଲେ।

ସୋମବାର ସକାଳେ ତାଙ୍କ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ପାଟନା ସ୍ଥିତ ଥିବା ପାରସ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମ୍ସକୁ ଅଣାଯାଇ ଚିକିତ୍ସା କରାଯାଉଥିଲା  । ତାଙ୍କ ପାଖରେ ପୁଅ ତେଜସ୍ବୀ ଯାଦବଙ୍କ ସହ ପରିବାର ସଦସ୍ୟ  ମଧ୍ୟ ଉପସ୍ଥିତ ଅଛନ୍ତି ।

Leave A Reply

Your email address will not be published.