Latest Odisha News

BREAKING NEWS

ରାହୁଲଙ୍କୁ ପରାମର୍ଶ ଦେଲେ ଲାଲୁ- ‘ବାହା ହୋଇଯାଅ, ଦାଢି ବଢାଅନି’

ପାଟନା: ପାଟନାରେ ବିରୋଧୀଙ୍କ ମହାମେଳି ଗତକାଲି ଶେଷ ହୋଇଛି । ୧୬ଟି ଦଳର ୩୦ରୁ ଅଧିକ ନେତା ଏଥିରେ ସାମିଲ ହୋଇଥିଲେ । ପରବର୍ତ୍ତୀ ବୈଠକ ଜୁଲାଇ ୧୦ରୁ ୧୨ ମଧ୍ୟରେ ସିମଲାରେ ହେବ ବୋଲି ସ୍ଥିର ହୋଇଛି । ବୈଠକରେ ମୁଖ୍ୟ ପ୍ରସଙ୍ଗ ଉପରେ ବେଶ ସରଗରମ ଆଲୋଚନା ହେବା ସହ  ଥଟ୍ଟାମଜା ବି ହୋଇଥିଲା ।

ରାଷ୍ଟ୍ରୀୟ ଜନତା ଦଳମ ମୁଖ୍ୟ ଲାଲୁ ଯାଦବ ଶୁକ୍ରବାର ତାଙ୍କର ଚରାଚରିତ ମଜାଳିଆ ଢଙ୍ଗରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ରାହଲ ଗାନ୍ଧୀଙ୍କୁ ଥଟ୍ଟା କରିଥିଲେ । କହିଥିଲେ, ତୁମେ ବିବାହ କର, ଆମେ ସବୁ ବରଯାତ୍ରୀରେ ଯିବୁ । ଲାଲୁଙ୍କ ଏହି କଥା ଶୁଣି ସମୂହ ହସରେ ହାଲକା ହୋଇଥିଲା ବୈଠକର ଗମ୍ଭୀର ପରିବେଶ ।

ଲାଲୁଙ୍କ କଥାର ଚମତ୍କାର ଉତ୍ତର ବି ରଖିଥିଲେ ରାହୁଲ । ରାହୁଲ କହିଥିଲେ , ଆପଣ କହିଲେ ମାନେ ବାହାଘର ହୋଇଯିବ ।

ବିରୋଧୀ ଦଳ ବୈଠକ ପରେ  ଲାଲୁ ରାହୁଲଙ୍କ ଭାରତ ଯୋଡୋ ଯାତ୍ରାକୁ ଭୂରି ପ୍ରଶଂସା କରିଥିଲେ । ସେତିକି ନୁହେଁ, ଲୋକସଭାରେ ରାହୁଲ ଉଠାଇଥିବା ଅଦାନି ପ୍ରସଙ୍ଗକୁ ନେଇ ମଧ୍ୟ  ଲାଲୁ ତାଙ୍କର ପ୍ରଶଂସା କରିଥିଲେ । କହିଥିଲେ, ଆପଣ ଲୋକସଭାରେ ଭଲ କାମ କରିଛନ୍ତି । ପୁଣି ରାହୁଲଙ୍କ ଦାଢିକୁ ଇସାରା କରି କହିଥିଲେ,‘ ଆପଣ ବୁଲୁଥିଲେ, ଦାଢି ବଢାଇ ଦେଲେ । ହେଲେ ଆଉ ବଢାନ୍ତୁନି । ଆପଣ ଆମର ପରାମର୍ଶ ମାନୁ ନାହାନ୍ତି । ବାହା ହେଉ ନାହାନ୍ତି । ଏବେ ବି ସମୟ ଯାଇନି । ଆପଣ ବିବାହ କରନ୍ତୁ । ଆମେ ସବୁ ବରଯାତ୍ରୀରେ ଯିବୁ ।’

ସେ ଆହୁରି କହିଥିଲେ, ‘ଆପଣଙ୍କ ମମ୍ମି (ସୋନିଆ ଗାନ୍ଧୀ) କହୁଥିଲେ, ଆପଣ ତାଙ୍କ କଥା ମାନୁ ନାହାନ୍ତି । ହେଲେ ଆପଣ ବିବାହ କରି ନିଅନ୍ତୁ  ’ ଲାଲୁଙ୍କ ଏପରି ମଜାଳିଆ କଥା ଶୁଣି ଉପସ୍ଥିତ ସବୁ ନେତା ଖୁବ ଜୋରରେ ହସି ଉଠିଥିଲେ ।

Leave A Reply

Your email address will not be published.