ଶୀର୍ଷକ ପଢିଲା ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । ଆପଣମାନେ ଭାବୁଥିବେ ଏମିତି ଏକ ଗାଁ ଅଛି ଯେଉଁଠି କେବଳ ହୁଏତ ବଳାତ୍କାରୀ ହିଁ ବସବାସ କରନ୍ତି । କଥାଟି ସତ , କିନ୍ତୁ ସତ ପଛର କାହାଣୀ କିଛି ଅଲଗା ।
ଆମେରିକାର ଫ୍ଲୋରିଡ଼ା ସହରଠାରୁ ପ୍ରାୟ ଦୁଇ ମାଇଲ ଦୂରରେ ରହିଛି ଏମିତି ଏକ ଗାଁ , ଯାହା ବଳାତ୍କାରୀଙ୍କ ଗାଁ ଭାବେ କୁଖ୍ୟାତ । ଗାଁରେ ରୁହନ୍ତି ଦୁଇ ଶହରୁ ଅଧିକ ଲୋକ ଯେଉଁମାନେ କି ସମସ୍ତେ ଜଣେ ଜଣେ ବଳାତ୍କାରୀ । ଅର୍ଥାତ୍ ଏହି ଗାଁର ସବୁ ବାସିନ୍ଦାଙ୍କ ପଛରେ ଅଛି ବଳାତ୍କାର କରିବା ଭଳି ହୀନ କାରନାମାର ସଙ୍ଗୀନ ଅଭିଯୋଗ, ଯାହା ପ୍ରମାଣିତ ମଧ୍ୟ ହୋଇଛି ।
ପାରମ୍ପରିକ ଭାବେ ଏହି ଗାଁ ତିଆରି ହୋଇନାହିଁ । ଏଭଳି ଏକ ଗାଁ ତିଆରି ପଛରେ ସ୍ଥାନୀୟ ପ୍ରଶାସନର କିଛି ଉଦ୍ଦେଶ୍ୟ ରହିଛି । ସୂଚନା ଅନୁସାରେ, ଷାଠିଏ ଦଶକରେ ଏଭଳି ଏକ ଗାଁର ପରିକଳ୍ପନା କରିଥିଲା ସ୍ଥାନୀୟ ପ୍ରଶାସନ । ସେ ସମୟରୁ ଦୋଷୀ ସାବ୍ୟସ୍ତ ବଳାତ୍କାରୀଙ୍କୁ ଏଠାରେ କଳାପାଣି ଦଣ୍ଡସ୍ୱରୂପ ରଖାଯାଉଥିଲା । ଏହି ଗାଁଟି ସେ ସମୟରେ ଜନବସତିଠାରୁ ବେଶ୍ ଦୂରରେ ଥିଲା । ଦୀର୍ଘ ବର୍ଷ ପରେ ବି ଜନବସତି ଦୂରରେ ଥିବା ଏହି ଗାଁର ସମସ୍ତ ବାସିନ୍ଦା ହେଉଛନ୍ତି ଜଣେ ଜଣେ ଦୋଷୀ ସାବ୍ୟସ୍ତ ଅପରାଧୀ । ସେଠାକାର ଆଇନ ଅନୁସାରେ କୌଣସି ବ୍ୟକ୍ତି ବଳାତ୍କାର କରିବା ପରେ ତାଙ୍କୁ ଦଣ୍ଡସ୍ୱରୂପ ଏହି ଗାଁରେ ରଖାଯାଇଥାଏ । ସ୍ଥାନୀୟ ପ୍ରଶାସନର ଯୁକ୍ତି ଏଭଳି ପରିବେଶ ଭିତରେ ରହିଲେ ଦୋଷୀ ସାବ୍ୟସ୍ତ ଅପରାଧୀ ନିଜକୁ ସୁଧାରିବା ପାଇଁ ଚେଷ୍ଟା କରିଥାଏ ।
BREAKING NEWS
- ହୁତୁହୁତୁ ହୋଇ ଜଳିଲା ବାଇକ୍ ଶୋ’ରୁମ୍
- SIR Declaration: ବିବାଦ ପରେ ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି, ଫର୍ମ-୬ ସହ ଆଉ ଦେବାକୁ ପଡ଼ିବନି ଅତିରିକ୍ତ ଘୋଷଣା
- INDIA bloc Meet: ଦିଲ୍ଲୀରେ ବିରୋଧୀଙ୍କ ବଡ ବୈଠକ! SIR ବିବାଦ, CECଙ୍କ ଇସ୍ତଫା ନେଇ ତାତିଲା ରାଜନୀତି, ସରକାରଙ୍କୁ ଘେରିବାକୁ ବଡ ରଣନୀତି?
- ଗହୀରମଥାରୁ ୧୯ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ
- ବନ୍ୟାରେ ଉବୁଟୁବୁ ଭଦ୍ରକ, ଆଜି ୧୬୬ ସ୍କୁଲ ବନ୍ଦ…
- ଟେକ୍-ଅଫର କିଛି ସମୟ ପରେ ସେନା ବିମାନ କ୍ରାସ, ୬ ମୃତ
- ଦୀର୍ଘ ୬ ବର୍ଷ ପରେ ଖୋଲିଲା ଗୁଣ୍ଡିଚା ମନ୍ଦିର
- ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କାହିଁକି…
- ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ବିଭିନ୍ନ ସ୍ଥାନରେ ଟାୟାର ଜାଳି…
- ଜାମ୍ମୁ-କାଶ୍ମୀରର କଠୁଆରେ ବଡ଼ ଅଘଟଣ :ଯବାନଙ୍କ ଗୁଳିଚାଳନାରେ ୪ ସହକର୍ମୀ ମୃତ

Comments are closed.