Latest Odisha News

BREAKING NEWS

ତାଳଚେର ମାଟି ଧସିବା ଘଟଣା: ଜଣେ ମୃତ

ଅନୁଗୁଳ: ତାଳଚେର ମାଟି ଧସିବା ଘଟଣାର ପ୍ରାୟ ୨୦ ଘଣ୍ଟା ପରେ ମାଟି ତଳୁ ଉଦ୍ଧାର ହୋଇଛି ଗୋଟିଏ ମୃତ ଦେହ।

ମିଳିଥିବା ସୂଚନା ଅନୁସାରେ ଗତକାଲି ବିଲମ୍ବିତ ରାତିରେ ତାଳଚେର ସ୍ଥିତ ଭାରତପୁର କୋଇଲା ଖଣିରେ ହଠାତ ମାଟି ଅତଡାଖସିଥଲା । ଏଥିରେ ପ୍ରାୟ ୧୩ ଜଣ ଶ୍ରମିକଙ୍କ ସମେତ ଅନେକ ଗାଡି ମୋଟର ଓ ଯନ୍ତ୍ରାଂଶ ପୋତି ହୋଇଯାଇଥଲା ।

ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆହୁରି ୪ ରୁ ଅଧିକ ଶ୍ରମିକ ମାଟି ଭିତରେ ଫସିରହିଥିବା ସନ୍ଦେହ କରାଯାଉଥିଲା । ମାଟି ଅତଡା ବାରମ୍ବାର ଖସୁଥିବାରୁ ସେମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡୁଥିଲା ।

ତେବେ ଉଦ୍ଧାରକାରୀଙ୍କ ବହୁ ଚେଷ୍ଟା ପରେ ଅପରାହ୍ନ ରେ ମାତ୍ର ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଲେ କୁକୁଡାଙ୍ଗ ଗାଁର ପୁପୁନ ବେହେରା । ପୁପୁନ ଜଣେ ହାଇୱା ଅପରେଟର ବୋଲି ସୂଚନା ମିଳିଛି ।

ଅନ୍ୟପଟେ ଉଦ୍ଧାର କାର୍ଯ୍ୟ ଜାରିରହିଛି । ବହୁ ପରିମାଣରେ ମାଟି ଖସୁଥିବାରୁ ଉଦ୍ଧାର ପାଇଁ ଆହୁରି ଦୁଇ ଦିନ ଲାଗିଯାଇପାରେ ବୋଲି ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି ।

Leave A Reply

Your email address will not be published.