Latest Odisha News

BREAKING NEWS

ପାର୍କ ଉଦଘାଟନ କରିବାକୁ ଯାଇ ହଟହଟା ହେଲେ ବିଧାୟକ : ଗାଁ ଲୋକ କହିଲେ ଆଗ ରାସ୍ତା ମରାମତି , ପରେ ପାର୍କ

ଲାଞ୍ଜିଗଡ : ଆଗେ ରାସ୍ତା ମରାମତି କର , ତା ପରେ ବିଧାୟକଙ୍କୁ ଗାଁ ଭିତରକୁ ପଶିବାକୁ ଦେବୁ  । ଏହା ଥିଲା କିଛି ଗାଁ ଲୋକଙ୍କ ଦାବି  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି  କଳାହାଣ୍ଡି ଜିଲ୍ଲା ନିୟମଗିରି ପାହାଡର ପାଦଦେଶରେ ଥିବା ତ୍ରିଲୋଚପୁରର ଗାଁ ରେ  । ଏଠାରେ ଗାଁକୁ ସଂଯୋଗ କରୁଥିବା ରାସ୍ତା ପୁରା ଶୋଚନୀୟ ହୋଇପଡିଛି  । ପ୍ରତିଦିନ ଶହ ଶହ ଲୋକ  ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି  । ହେଲେ ରାସ୍ତାଟି ଖାଲଖମାରେ ପରିପୂର୍ଣ୍ଣ । ଯାହାଫଳରେ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଗ୍ରାମବାସୀମାନେ ବାରମ୍ବାର ରାସ୍ତା ମରାମତି ନେଇ ପ୍ରଶାସନଠାରୁ ଆରମ୍ଭ କରି ବିଧାୟକ ଓ ମନ୍ତ୍ରୀଙ୍କ ପାଖରେ ଗୁହାରୀ କରିଛନ୍ତି ।  ହେଲେ ଫଳ ଶୂନ୍ ।

ଗତକାଲି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ତ୍ରିଲୋଚପୁରରେ ନିର୍ମିତ ହୋଇଥିବା ଛେଳି ହଷ୍ଟେଲ ଓ ପାର୍କର ଉଦଘାଟନ କରିବା ପାଇଁ ଯାଇଥିଲେ। ହେଲେ ଗ୍ରାମବାସୀ ମାନେ ବିଧାୟକଙ୍କୁ ଗାଁ ଭିତରକୁ ପୂରାଇ ଦେଇନଥିଲେ ।  ରାସ୍ତା ଅବରୋଧ କରିବା ସହ ରାସ୍ତା ମରାମତି ହେଲେ ପାର୍କର ଉଦଘାଟନ କରାଯିବ ବୋଲି କହିଥିଲେ। ବିଧାୟକ ଗାଁ ଲୋକଙ୍କ ବୁଝାଇବା ପାଇଁ ବହୁ ଚେଷ୍ଟା କରିଥିଲେ , କିନ୍ତୁ କିଛି ସୁଫଳ ମିଳିନଥିଲା । ବାଧ୍ୟ ହୋଇ ବିଧାୟକ ଗାଁ ମୁଣ୍ଡରୁ ଫେରିଆସିଥିଲେ ।

Leave A Reply

Your email address will not be published.