Latest Odisha News

BREAKING NEWS

ଦୁର୍ବୃତ୍ତ ପଶିଲେ ଘରେ, ଲୁଟିନେଲେ କୋଟିଏ ଟଙ୍କା

କଟକ: ସାଲେପୁର ଥାନା ସୌରୀ ପଞ୍ଚାୟତ ଜାହାଙ୍ଗୀରାବାଦ ଗାଁରେ ବଡ଼ଧରଣର ଲୁଟ୍‌ । ସୋମବାର ବିଳମ୍ଵିତ ରାତିରେ ଏହି ଲୁଟ୍ ହୋଇଛି। ଝିଅ ବାହାଘର ପାଇଁ ଜମି ବିକ୍ରି କରି ରଖିଥିବା ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବରମୁତାବକ, କଟକ ଜିଲ୍ଲା ସାଲେପୁର ସୌରୀ ପଞ୍ଚାୟତ ଜାହାଙ୍ଗୀରାବାଦ ଗାଁର ବିଜୟ ମହାନ୍ତିଙ୍କ ଘରେ ସୋମବାର ଦିନ ବିଳମ୍ଵିତ ରାତିରେ ଲୁଟ୍ ହୋଇଛି। ଘରେ ସମସ୍ତେ ଶୋଇଥିବା ବେଳେ ୪ ଜଣ ଦୁର୍ବୃତ୍ତ ଛାତ କବାଟ ଭାଙ୍ଗି ସିଡି ଘର ରାସ୍ତା ଦେଇ ଘରେ ପଶିଥିଲେ। ଏହି ସମୟରେ ଘର ଲୋକ ଉଠି ଯାଇଥିଲେ । ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଓ ୩୦ ଲକ୍ଷରୁ ଉର୍ଦ୍ଧ୍ଵ ନଗଦ ଟଙ୍କା ନେଇ ଚମ୍ପଟ ମାରିଥିଲେ ।

ଆଗକୁ ବିଜୟଙ୍କ ଝିଅ ବାହାଘର ଥିଲା । ସେଥି ଲାଗି ସେ ଜମି ବିକ୍ରି କରି ଟଙ୍କା ଓ ସୁନା ଅଳଙ୍କାର କିଣି ରଖିଥିବା ସୂଚନା ରହିଛି ।

Leave A Reply

Your email address will not be published.