Latest Odisha News

BREAKING NEWS

ଦୁନିଆର ସବୁଠୁ ବଡ଼ ଶପିଂ ମଲ୍‌, ଗୋଟିଏ ଦିନରେ ବୁଲି ପାରିବେ ନାହିଁ

ଇରାନ: ଭାରତରେ ମଲ୍ ସଂସ୍କୃତି ନୂଆ ନୁହେଁ । ଆମେରିକାରୁ ଆସିଥିବା ଏହି ଟ୍ରେଣ୍ଡ୍ ଭାରତରେ ଏତେ ଦ୍ରୁତ ଗତିରେ ବ୍ୟାପିଯାଇଛି ଯେ, ଏବେ ବଡ଼ ବଡ଼ ସହରଗୁଡ଼ିକରେ ମଲ୍ ନିର୍ମାଣ କରାଯାଉଥିବା ଦେଖାଯାଉଛି । ମୁମ୍ବାଇ, ଦିଲ୍ଲୀ, ନୋଏଡା, ଚେନ୍ନାଇ ଭଳି ସହରରେ ଅନେକ ବଡ଼ ବଡ଼ ମଲ୍ ରହିଛି । କିନ୍ତୁ ଆପଣ ଜାଣନ୍ତି ଦୁନିଆର ସବୁଠୁ ବଡ଼ ମଲ୍ କେଉଁଠାରେ ଅଛି? ଦୁନିଆର ସବୁଠୁ ବଡ଼ ମଲ୍ ଇରାନରେ ରହିଛି । ଏହା ଏତେ ବଡ଼ ଯେ, ଏହାକୁ ଗୋଟିଏ ଦିନରେ ବୁଲି ଦେଖିପାରିବେ ନାହିଁ ।

ଇରାନର ତେହେରାନରେ ରହିଛି ଇରାନ ମଲ୍ । ଏହା ବିଶ୍ୱର ସବୁଠୁ ବଡ଼ ଶପିଂ ମଲ୍ । ଏହା ୨୦୧୪ ମସିହାରେ ନିର୍ମାଣ ହୋଇଥିଲା । ଏହା ୩୧ ବର୍ଗମିଟର କ୍ଷେତ୍ର ଉପରେ ବ୍ୟାପିଛି । ଏହା ୭ ମହଲା ବିଶିଷ୍ଟ । କିନ୍ତୁ ମଲ୍‌ର ସମ୍ପୂର୍ଣ୍ଣ ଭିତ୍ତିଭୂମି ୧.୩୫ ନିୟୁତ ବର୍ଗମିଟର । ଆଗକୁ ଏହା ୧.୬୦ ନିୟୁତ ବର୍ଗମିଟରକୁ ବୃଦ୍ଧି ହେବାକୁ ଯାଉଛି ।

ଏହି ମଲକୁ ନିର୍ମାଣ କରିବାକୁ ୧୨୦୦ କଣ୍ଟ୍ରାକ୍ଟର ଏବଂ ୨୫ ହଜାର ଶ୍ରମିକ ନିୟୋଜିତ ହୋଇଥିଲେ । ୨୦୧୮ରେ ଏହି ମଲର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ଏହା ୨,୬୭,୦୦୦ ବର୍ଗମିଟର କ୍ଷେତ୍ରରେ ପରିବ୍ୟାପ୍ତ । ଏଥିରେ ୭୦୮ଟି ଖୁଚୁରା ୟୁନିଟ୍ ଆରମ୍ଭ ହୋଇଥିଲା । ସେହି ବର୍ଷ ଇରାନ ମଲ୍ ମଧ୍ୟ ଏହା ନାମରେ ଏକ ରେକର୍ଡ ସୃଷ୍ଟି କରିଥିଲା ।

ଏହି ମଲ୍‌ରେ ୭୦୦ଟି ଦୋକାନ ରହିଛି । ଯେଉଁଥିରେ ସ୍ଥାନୀୟ ଏବଂ ଅନ୍ତର୍ଜାତୀୟ ବ୍ରାଣ୍ଡ୍ ସହଜରେ ମିଳିପାରିବ । ଏଠାରେ ୧୨ଟି ଆଇମାକ୍ସ ସିନେମା ହଲ ରହିଛି । ଏହା ମଧ୍ୟରେ ଏକ ଥିଏଟର ହଲ୍ ଅଛି । ଯେଉଁଥିରେ ୨ ହଜାର ଲୋକଙ୍କ ପାଇଁ ବସିବାର କ୍ଷମତା ରହିଛି । ଏଠାରେ ଏକ ସଂଗ୍ରହାଳୟ ମଧ୍ୟ ଅଛି । ଏଥିରେ ମନୋରଞ୍ଜନ ପାର୍କ, ରୁଫ୍ ଟେନିସ କୋର୍ଟ, ସମ୍ମିଳନୀ କେନ୍ଦ୍ର ଏବଂ ହୋଟେଲ ମଧ୍ୟ ଅଛି । ଏହି ମଲ୍‌ରେ ଏକ ମିରର ହଲ ଅଛି । ଯେଉଁଥିରେ ୩ କୋଟିରୁ ଅଧିକ ଗ୍ଲାସ ଖଣ୍ଡ ଅଛି । ସେଠାରେ ଏକ ଲାଇବ୍ରେରୀ ରହିଛି । ଯେଉଁଥିରେ ୪୫ ହଜାରରୁ ଅଧିକ ବହି ଏବଂ ପାଣ୍ଡୁଲିପି ରହିଛି । ଏହି ମଲଟି ଏତେ ବଡ଼ ଯେ, ଏହାକୁ ଗୋଟିଏ ଦିନରେ ବୁଲି ଦେଖିପାରିବେ ନାହିଁ ।

Leave A Reply

Your email address will not be published.