Latest Odisha News

BREAKING NEWS

ବ୍ୟବହାର କରନ୍ତୁ ନଡିଆ ତେଲ, ଦୂର ହେବ ତ୍ୱଚା ସମସ୍ୟା

ଭୁବନେଶ୍ଵର: ନଡିଆ ତେଲକୁ ଅନେକ ଲୋକ ବ୍ୟବହାର କରିଥାନ୍ତି । କେହି କେହି ଏହାକୁ ଖାଦ୍ୟରେ ବ୍ୟବହାର କରିଥାନ୍ତି ତ ପୁଣି କେହି କେହି ଏହି ତେଲକୁ ତ୍ୱଚା ପାଇଁ ବି ବ୍ୟବହାର କରିଥାନ୍ତି । ମାତ୍ର ଆଜିକାଲିର ଟ୍ରେଣ୍ଡ ଅନୁଯାୟୀ ତ୍ୱଚା ପାଇଁ ବଜାରରେ ଅନେକ ବିୟୁଟି ପ୍ରଡକ୍ଟସ ଉପଲବ୍ଧ । କିନ୍ତୁ ତ୍ୱଚା ପାଇଁ ସବୁଠାରୁ ଉପଯୋଗୀ ହେଉଛି ନଡିଆ ତେଲ । ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ…

ଖରାଦିନେ ବାହାରକୁ ବାହାରିଲେ ସନଟ୍ୟାନ୍ ଏବଂ ସନବର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏହି ସମସ୍ୟା ପାଇଁ ଲୋକେ ବଜାରରେ ମିଳୁଥିବା ସନସ୍କ୍ରିନ୍ ବ୍ୟବହାର କରିଥାନ୍ତି, ମାତ୍ର ଖରାରୁ ରକ୍ଷା ପାଇଁ ସବୁଠାରୁ ଭଲ କାମ କରିଥାଏ ନଡିଆ ତେଲ । ସେଥିପାଇଁ ଖରାକୁ ବାହାରିବାର ଅଧା ଘଣ୍ଟା ପୂର୍ବରୁ ତ୍ୱଚାରେ ନଡିଆ ତେଲ ମସାଜ୍ କରନ୍ତୁ । ଏହାଦ୍ୱାରା ସୂର୍ଯ୍ୟଙ୍କ ୟୁଭି କିରଣ ତ୍ଵଚା ଉପରେ ପଡିବ ନାହିଁ ।

ପାଗ ବଦଳିବା ଅନୁଯାୟୀ କିଛି ଲୋକଙ୍କ ତ୍ୱଚା ଶୁଷ୍କ ହୋଇଯାଇଥାଏ । ସେଥିପାଇଁ ନଡିଆ ତେଲ ତ୍ୱଚା ପାଇଁ ମଶ୍ଚରାଇଜର ଭଳି କାମ କରିଥାଏ । ଯଦି ଆପଣ ଲଗାତର ଭାବେ ୨୦ ଦିନ ଯାଏଁ ତ୍ୱଚାରେ ନଡିଆ ତେଲ ବ୍ୟବହାର କରିବେ ତେବେ ଏହାଦ୍ୱାରା ସମସ୍ତ ଶୁଷ୍କତା ଦୂର ହେବ । କେବଳ ଶୁଷ୍କତା ଦୂର ହେବ ତାହା ନୁହେଁ ବରଂ ଏହି ତେଲରେ ଥିବା ଭିଟାମିନ୍ ଇ ଏବଂ ଓମେଗା ୩ ଫ୍ୟାଟି ଏସିଡ୍ ସ୍କିନ୍ ଟୋନ୍ କରିବାରେ ସହାୟକ ହେବ ।

ସେହିପରି ମେକଅପ୍ ଛଡାଇବା ପାଇଁ ଏହି ନଡିଆ ତେଲ ଭଲ କାମ କରିଥାଏ । ସେଥିପାଇଁ ରାତିରେ ଶୋଇବା ପୂର୍ବରୁ ନଡିଆ ତେଲ ଦ୍ୱାରା ମେକଅପ୍ ଛଡାଇ ଶୁଅନ୍ତୁ । ଯେଉଁ ବ୍ୟକ୍ତିଙ୍କର ବ୍ରଣ ସମସ୍ୟା ରହିଛି ଏବଂ ସେହି ବ୍ରଣ ପାଇଁ ମୁହଁରେ ଦାଗ ହୋଇଯାଉଛି, ସେମାନେ ତ୍ୱଚାରେ ନଡିଆ ତେଲ ବ୍ୟବହାର କରନ୍ତୁ । ଏହି ତେଲରେ ଆଣ୍ଟିବ୍ୟାକ୍ଟେରିଆଲ ରହିଛି, ଯାହା ତ୍ୱଚା ପାଇଁ ଉପଯୋଗୀ । ଏହାଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।

Leave A Reply

Your email address will not be published.