Latest Odisha News

BREAKING NEWS

ଅଧିବେଶନର ଶେଷ ଦିନ: ପ୍ରଶ୍ନକାଳରେ ଭତ୍ତା ବୃଦ୍ଧି ପ୍ରସଙ୍ଗ ତାତି 

ଭୁବନେଶ୍ୱର:ଶୁକ୍ରବାର ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ। ପଞ୍ଚମ ଦିନରେ ଅଧିବେଶନ ପହଞ୍ଚିବା ପରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଗୃହ ବେଶ୍ ସରଗରମ ରହିବା ଆଶା କରାଯାଉଥିବାବେଳେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ପ୍ରଶ୍ନକାଳରେ ଶିଳ୍ପ, ଶକ୍ତି, ବୟନଶିଳ୍ପ, ମହିଳା ଶିଶୁ ବିକାଶ ବିଭାଗ ରହିଛି। ଏହା ସହ ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ ଆଲୋଚନା ଆରମ୍ଭ ହୋଇଛି। ପ୍ରଶ୍ନକାଳରେ ଭତ୍ତା ବୃଦ୍ଧି କରିବା ପ୍ରସଙ୍ଗ ମଧ୍ଯ ଉଠିଛି। ଯେଉଁଥିରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଉଚିତ ସମୟରେ ଉଚିତ ପଦକ୍ଷେପ ନିଆଯିବ।

ଏହା ସହ ଶୁକ୍ରବାର କାମଚଳା ବଜେଟକୁ ଲେଖାନୁଦାନ ମିଳିବ। ଗୁରୁବାର ଦିନ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ବାରା ଗୃହରେ ଆଗତ ହୋଇଥିଲା କାମଚଳା ବଜେଟ। ଏପ୍ରିଲରୁ ୪ମାସ ପାଇଁ ୧ଲକ୍ଷ୧୮ ହଜାର କୋଟି ଲେଖାନୁଦାନ ମିଳିବ।

ଅପରାହ୍ନରେ ସମସ୍ତ ବିଧାୟକଙ୍କର ଏକ ଫଟୋ ସେସନ କରାଯିବ। ତେବେ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବାବେଳେ ଗୃହ ବେଶ୍ ସରଗରମ ରହିଛି। ବିରୋଧିଙ୍କ ହଂଗାମା ଓ ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନର ଉତ୍ତର ରଖିଥିଲା ଶାସକ ଦଳ। ପରେ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିବା ସହ ପୋଡ଼ିୟମ୍ ଉପରେ ଚଢ଼ି ମାଇକ ଭାଙ୍ଗିବା କଥା ମଧ୍ୟ ଦେଖିବାକୁ ମିଳିଥିଲା ଗୃହରେ। ବିଜେପି ବିଧାୟକ ନାଉରୀ ନାଏକଙ୍କ ଏପରି କାର୍ଯ୍ୟକଳାପ ପରେ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ। ପରବର୍ତ୍ତୀ ସମୟରେ ଉଭୟ ବିରୋଧି ଓ ଶାସକ ଦଳ ପରସ୍ପରକୁ ଆକ୍ଷେପ କରିବା ପାଇଁ ନିଜ ନିଜର ମୁଦ୍ଦା ଉଠାଇଥିଲେ। ବିରୋଧୀଙ୍କ ପାଖରେ ଥିଲା ଶାସକ ଦଳକୁ ଘେରିବା ପାଇଁ ଥିଲା ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗ। ସେପଟେ ଶାସକ ଦଳ ବିରୋଧୀଙ୍କୁ ନାଲି ଆଖି ଦେଖେଇବା ପାଇଁ ଅସ୍ତ୍ର କରିଥିଲେ ପରୀ ହତ୍ୟା ମାମଲାକୁ। ତେବେ ବଜେଟ୍ ଅଧିବେଶନ ଆରଂଭରୁ ଦେଖାଦେଇଥିବା ହାଇ ଡ୍ରାମା ମଧ୍ୟରେ ଅର୍ଥମନ୍ତ୍ରୀ କାମଚଳା ବଜେଟ୍ ଉପସ୍ଥାପନ କରିଛନ୍ତି। ଯାହାକୁ ଏପ୍ରିଲରୁ ୪ମାସ ପାଇଁ ୧ଲକ୍ଷ୧୮ ହଜାର କୋଟି ଲେଖାନୁଦାନ ମିଳିବ।

Leave A Reply

Your email address will not be published.