Latest Odisha News

BREAKING NEWS

ରାଷ୍ଟୀୟ ମର୍ଯ୍ୟାଦା ସହ ଆଜି ସମ୍ପନ୍ନ ହେବ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ଅନ୍ତିମ ସଂସ୍କାର

ପାଟଣା: ରାଷ୍ଟୀୟ ମର୍ଯ୍ୟାଦା ସହ ଆଜି କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ । ଦିନ ପ୍ରାୟ ୧୦ ଟା ସମୟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ଗତକାଲି ପାଟନାରେ ପାର୍ଥିବ ଶରୀର ପହଞ୍ଚିବା ପରେ ଲୋକ ଜନଶକ୍ତି ପାର୍ଟି ଅଫିସକୁ ନିଆଯାଇଥିଲା । ସେଠାରେ ଦଳୀୟ କର୍ମୀ ଓ ନେତା ଶେଷ ଦର୍ଶନ କରି ବିଦାୟ ଦେଇଥିଲେ । ଏହା ପରେ ଶେଷ ଦର୍ଶନ ପାଇଁ ବିହାର ବିଧାନସଭାକୁ ନିଆଯାଇଥିଲା ପାର୍ଥିବ ଶରୀର ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ବହୁ ବିଶିଷ୍ଟ ନେତା ଓ ବିଧାୟକ ବିଧାନସଭାରେ ରାମବିଳାସ ପାଶୱାନଙ୍କ ଶେଷ ଦର୍ଶନ କରିଥିଲେ ।

ଗୁରୁବାର ରାତିରେ ରାମବିଳାସ ପାଶୱାନଙ୍କ ପରଲୋକ ଘଟିଥିଲା । ୭୪ ବର୍ଷରେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.