ଭୁବନେଶ୍ବର: ଏବେ ପିଲାଙ୍କ ପରୀକ୍ଷା ସମୟ ଆସିଯାଇଛି । ପରୀକ୍ଷାକୁ ନଜରରେ ରଖି ଛାତ୍ରଛାତ୍ରୀମାନେ ରାତିରେ ବିଳମ୍ବିତ ରାତି ଯାଏଁ ପାଠ ପଢିଥାନ୍ତି । ଏଥିସହ ନିଦ ନଆସିବା ପାଇଁ ଚା କଫିର ସାହାଯ୍ୟ ନେଇଥାନ୍ତି । ଜାଣନ୍ତି କି ବିଳମ୍ବିତ ରାତି ଯାଏଁ ଅନିଦ୍ରା ରହିବା ଏବଂ କଫିନଯୁକ୍ତ ଚା’, କଫି ଅତ୍ୟଧିକ ସେବନ ଦ୍ବାରା ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ ।
-ବିଳମ୍ବିତ ରାତି ଯାଏଁ ଅନିଦ୍ରା ରହି ପାଠ ପଢିବା ଅପେକ୍ଷା ଦିନ ବେଳା ଅଧିକ ସମୟ ପଢିବାକୁ ଚେଷ୍ଟା କରନ୍ତୁ । ଛାତ୍ରଛାତ୍ରୀ ପାଠପଢା ଭିତରେ ଛୋଟ ଛୋଟ ବ୍ରେକ ନିଅନ୍ତୁ । ରିଭିଜନ ପାଇଁ ସମୟ ବାହାର କରନ୍ତୁ ।
-ବିଳମ୍ବିତ ରାତି ଯାଏଁ ଚେଇଁ ରହିବା ଓ ସୁନିଦ୍ରା ରେ ନଶୋଇବା ଦ୍ବାରା ଥକ୍କାପଣ, ମୁଣ୍ଡବିନ୍ଧା ଅନୁଭବ ହେବା ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ ।
-ସେହିପରି ଦୀର୍ଘ ଦିନ ଧରି ଚା’କଫି ପିଇବା ଦ୍ବାରା ହାଇ ବ୍ଲଡପ୍ରେସରର ସମସ୍ୟା ଦେଖାଯାଇପାରେ ।
-ସୁନିଦ୍ରା ନମିଳିଲେ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୁଏ । ମନେରଖିବା ଶକ୍ତି କମେ । ନିଦ ଅଭାବରୁ ଚାପ, ଚିନ୍ତା ବଢିଥାଏ ଯାହାକି ପିଲାଟିର ପ୍ରଦର୍ଶନ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ।
-ଅଭିଭାବକ ଓ ଶିକ୍ଷକ ପରୀକ୍ଷା ସମୟରେ ଅଯଥା ଚାପ ଶିଶୁଙ୍କ ଉପରେ ପକାନ୍ତୁ ନାହିଁ । ପିଲାକୁ ପ୍ରଶଂସା କରନ୍ତୁ ଏବଂ ପାଠପଢା ପାଇଁ ଏକ ଶାନ୍ତ ଓ ଚାପମୁକ୍ତ ବାତାବରଣ ତିଆରି କରନ୍ତୁ ।
ଠିକ୍ ସମୟରେ ଶୋଇବା, ଉଠିବା ଏବଂ ପାଠପଢା ପାଇଁ ନିର୍ଦ୍ଧିଷ୍ଟ ସମୟ ନିର୍ଦ୍ଧାରଣ କରିବା ପାଇଁ ପିଲାଙ୍କୁ ପ୍ରୋତ୍ସାହିତ କରନ୍ତୁ ।