Latest Odisha News

BREAKING NEWS

ଓଡିଶା ସରକାରଙ୍କ ତୀର୍ଥ ଯାତ୍ରା ଯୋଜନା : ଆଜି ବ୍ରହ୍ମପୁରରୁ କନ୍ୟାକୁମାରୀ ଗଲେ ୯୭୦ତୀର୍ଥଯାତ୍ରୀ

ବ୍ରହ୍ମପୁର : ବରିଷ୍ଠ ନାଗରିକ ମାନଙ୍କର ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି  । ଓଡିଶା ସରକାରଙ୍କ ତୀର୍ଥ ଯାତ୍ରା ଯୋଜନାରେ ଆଜି ବ୍ରହ୍ମପୁରରୁ ଟ୍ରେନ ଯୋଗେ ବାହାରିଛନ୍ତି ୯୭୦ ତୀର୍ଥଯାତ୍ରୀ  । ଏଥିଲାଗି ୨୦୨୩-୨୪ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଭିସି ଜରିଆରେ ଏହାକୁ ବ୍ରହ୍ମପୁର ରେଳଷ୍ଟେସନରୁ ଶୁଭାରମ୍ଭ କରିଛନ୍ତି ନବୀନ ।

ଗଂଜାମ , ଗଜପତି , କନ୍ଧମାଳ, ବୌଦ୍ଧ ଓ ନୟାଗଡ ଜିଲ୍ଲାର ପାଖାପାଖି  ପ୍ରାୟ ୯୭୦ ଜଣ ତୀର୍ଥଯାତ୍ରୀ ଯାତ୍ରା କରିଛନ୍ତି  ।  ବ୍ରହ୍ମପୁରଠାରୁ କନ୍ୟାକୁମାରି ପର୍ଯ୍ୟନ୍ତ ଏହି ଯାତ୍ରା ଆରମ୍ଭ ହୋଇଛି  । ଏହି ଯାତ୍ରା ଆଜିଠାରୁ ଆରମ୍ଭ ହୋଇଥିବାବେଳେ ୫ ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.