Latest Odisha News

BREAKING NEWS

ଆମେରିକା ତିଆରି କରୁଛି ମାରାତ୍ମକ ପରମାଣୁ ବୋମା

ୱାଶିଂଟନ: ଆମେରିକା ଏକ ନୂତନ ଶକ୍ତିଶାଳୀ ପରମାଣୁ ବୋମା ତିଆରି କରିବା ଆରମ୍ଭ କରିଛି । ଆମେରିକା ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ହୀରୋସୀମା ଉପରେ ପଡିଥିବା ପରମାଣୁ ବୋମା ତୁଳନାରେ ଏହା ୨୪ଗୁଣ ଅଧିକ ଶକ୍ତିଶାଳୀ । ପେଂଟାଗନ ଏଥିପାଇଁ ମଂଜୁରୀ ଓ ଫଣ୍ଡିଂ ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ କରିଛି । ଏହା ବି୬୧ ନ୍ୟୁକ୍ଲିୟର ଗ୍ରାଭିଟି ବୋମାର ଆଧୂନିକ ସଂସ୍କରଣ । ଏହାର ନାମ ବି୬୧-୧୩ ରଖାଯାଇଛି । ଦିନକୁ ଦିନ ଶତ୍ରୁ ଦେଶଆଡୁ ବିପଦ ବଢ଼ୁଥିବାରୁ ଏହି ନିଷ୍ପତି ନିଆଯାଇଥିବା ଅନ୍ତରୀକ୍ଷ ନୀତିର ଉପସଚିବ ଜନ ପ୍ଲମ୍ବ କହିଛନ୍ତି । ନୂତନ ପରମାଣୁ ବୋମାର ଓଜନ ୩୬୦ କିଲୋଟନ ହେବ ।

ହୀରୋସୀମା ଓ ନାଗାସାକୀ ଉପରେ ପଡିଥିବା ବୋମାର ଓଜନ ଯଥାକ୍ରମେ ୧୫ କିଲୋ ଟନ ଓ ୨୫ କିଲୋଟନ ଥିଲା । ନିକଟରେ ଆମେରିକା ନେବାଦାରେ ଏକ ପରମାଣୁ ପରୀକ୍ଷଣ କରିଥିଲା । ଏହା ପରେ ରୁଷ ୧୯୬୬ ପରମାଣୁ ଚୁକ୍ତିରୁ ଓହରି ଯାଇଥିଲା । ଆମେରିକା ପାଇଁ ବର୍ତମାନ ଉଭୟ ରୁଷ ଓ ଚୀନ ବିପଦ ସୃଷ୍ଟି କରୁଥିବା ବେଳେ ଇରାନ ମଧ୍ୟ ମୁହଁ ଖୋଲିବା ଆରମ୍ଭ କରିଛି ।

Leave A Reply

Your email address will not be published.