ଭୁବନେଶ୍ବର: ରାଜ୍ୟର ବିଧାୟକଙ୍କ ନାଁରେ ରହିଛି ୧୫୬ଟି ମାମଲା । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ଏହିସବୁ ମାମଲା ଅପରାଧିକ ଶ୍ରେଣୀର ହୋଇଥିବା ବେଳେ ସମସ୍ତ ମାମଲା ବିଚାରାଧୀନ ରହିଛି । ଗତ ଏକ ବର୍ଷରେ କୌଣସି ବିଧାୟକ ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି ।
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଏବେ ସୁଦ୍ଧା ହାଇକୋର୍ଟରେ ମୋଟ ୨୬ ଗୋଟି ଇଲେକ୍ସନ ପିଟିସନ ଦାଏର ହୋଇଛି ଏବଂ ସେଗୁଡିକ ବିଚାରାଧିନ ଅବସ୍ଥାରେ ଅଛି ।
ଆଜି ବିଧାୟିକା ସୁବାସିନୀ ଜେନା ପ୍ରଶ୍ନ କରିଥିଲେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବିଧାୟକ ମାନଙ୍କ ବିରୁଦ୍ଧରେ କେତୋଟି ମାମଲା କୋର୍ଟରେ ଏବେ ବିଚାରାଧିନ ରହିଛି । ମାମଲା ଗୁଡିକ କେଉଁ ବର୍ଗର, ଗତ ଏକ ବର୍ଷ ମଧ୍ୟରେ କେତେଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି, ଏବେ ହାଇକୋର୍ଟରେ କେତୋଟି ଇଲେକ୍ସନ ପିଟିସନ ଦାୟର ହୋଇଛି ?
Comments are closed.