ଭୁବନେଶ୍ବର: ସେପ୍ଟେମ୍ବର ୨୮ରେ ଭୁବନେଶ୍ୱରରେ ହେବ ଦ୍ବିତୀୟ ମେଡିଏସନ ସମ୍ମିଳନୀ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପ୍ରଥମମ ସମ୍ମିଳନୀ ଦିଲ୍ଲୀରେ ହୋଇଥିବାବେଳେ, ଦ୍ବିତୀୟଟି ଏବେ ଓଡ଼ିଶାରେ ହେବ । ସଚିବ ସ୍ତରୀୟ ବୈଠକ ସହ ହାଇକୋର୍ଟ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ଏହି ମେଡିଏସନ ସମ୍ମିଳନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ଆସିବାକୁ ଅନୁରୋଧ କରିଛୁ । ପ୍ରଧାନ ବିଚାରପତି, ହାଇକୋର୍ଟ ମୁଖ୍ୟ ବିଚାରପତି ମାନେ ମଧ୍ୟ ଉପସ୍ଥିତ ରହିବେ । ଆଗାମୀ ଦିନରେ ଏହି ସମ୍ମିଳନୀ ବିଭନ୍ନ କେସ୍ରେ ଲିଟିଗେସନ କମାଇବ । ଏହି ଆଲୋଚନା ଦ୍ୱାରା ମେଡିଏସନ ଆକ୍ଟର ସୁଗମତା ହୋଇ ପାରିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
Comments are closed.