Latest Odisha News

ଚିକିଟି ବିଷାକ୍ତ ମଦ ଘଟଣା; ‘ଅଭିଯୁକ୍ତଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ’

ଗଞ୍ଜାମ: ଗତକାଲି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଉନ୍ଦପୁର ଠାରେ ଦେଶୀ ମଦ ପିଇ ୧୫ରୁ ଅଧିକ ଜଣ ଅସୁସ୍ଥ ହୋଇଥିବା ଘଟଣାରେ ୫ ଜଣଙ୍କୁ ବାନ୍ଧିଛି ପୋଲିସ । ଗିରଫ ୫ ଜଣ ମାଉନ୍ଦପୁର ଗାଁର ବୋଲି ଜଣାପଡିଛି ।

ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ବେଆଇନ ମଦ କାରବାରରେ ଯେଉଁମାନେ ଜଡିତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହ, ରାଜ୍ୟରେ ଚୋରା ମଦ କାରବାର ଉପରେ କିପରି ରୋକ୍ ଲାଗିବ ସେନେଇ ପଦକ୍ଷେପ ନୂଆ ଅବକାରୀ ନୀତିରେ ସାମିଲ କରାଯିବ ।

ସୂଚନାଯୋଗ୍ୟ, ଗତକାଲି ମଦ ପିଇ କରବାଲୁଆ ଓ ଜେନାପୁରର ୧୫ ଅସୁସ୍ଥ ହୋଇ ପଡ଼ିଥିଲେ । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସମସ୍ତଙ୍କୁ ପ୍ରଥମେ ଚିକିଟି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ୩ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

Comments are closed.