Latest Odisha News

ସିଦ୍ଧୁ ମୁସେୱାଲା ମର୍ଡର କେସ: କେନିୟାରୁ ଗିରଫ ହେଲା ଲରେନ୍ସର ଭାଇ ଅନମୋଲ

ଚଣ୍ଡୀଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲ ମର୍ଡର କେସରେ ଗୁରୁବାର ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇର ଭାଇ ଅନମୋଲକୁ କେନିୟାରେ ଗିରଫ କରାଯାଇଛି । ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ କହିଛନ୍ତି ଆଜରବୈଜାନ ଓ କେନିୟାରୁ ୨ଜଣ ସନ୍ଦିଗ୍ଧ ବ୍ୟକ୍ତି ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅନମୋଲ ରହିଛନ୍ତି । ମୁସେୱାଲ ହତ୍ୟାକାଣ୍ଡରେ ଅନମୋଲ ମଧ୍ୟ ଅଭିଯୁକ୍ତ ଥିଲା । ଏହି ଘଟଣା ପରେ ଅନମୋଲ ଏବଂ ଭଣଜା ସଚିନ ଥାପନ ବିଦେଶ ପଳାଇଥିଲେ । ଲରେନ୍ସ ସେମାନଙ୍କ ନକଲି ପାସପୋର୍ଟ ତିଆରି କରି ବାହାରକୁ ପଠେଇ ଦେଇଥିଲା ।

BjdElectrycity

ସେମାନେ ପ୍ରଥମେ ନେପାଳ ପରେ କାନାଡା ଓ ଦୁବାଇ ଯାଇଥିଲେ । ସେଠାରୁ ଆଜରବୈଜାନ ଯିବା ବେଳେ ସଚିନ ଧରା ପଡିଥିଲା । କାନାଡାର ଗୋଲ୍ଡି ବରାର ସହ ସେମାନେ ଯୋଗାଯୋଗରେ ଥିଲେ । ଶୁଟରଙ୍କ ବନ୍ଧୁକ ଦେବାରେ ସଚିନ ମୂଖ୍ୟ ଭୂମିକା ଗ୍ରହଣ କରିଥିଲା ।

Leave A Reply

Your email address will not be published.