Latest Odisha News

BREAKING NEWS

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି

କଟକ: ଆଇନଜୀବୀ ତଥା ପିତବାସ ହତ୍ୟା ମାମଲାରେ ବିବାଦୀୟ ବୟାନ ଦେଇଥିବାରୁ ଆଜି ହାଇକୋର୍ଟରେ ହାଜର ହୋଇ କ୍ଷମା ମାଗିଲେ ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍ । ମାମଲାର ପର୍ଦ୍ଦାଫସ୍ ବେଳେ ବିବାଦୀୟ ବୟାନ ଦେଇଥିଲେ ଏସପି । ଅଦାଲତ ଅବମାନନା ମାମଲା ନଚଳାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାନୁଯାୟୀ, ଅକ୍ଟୋବର ୨୨ରେ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଏସପି ଗଣମାଧ୍ୟମକୁ ଦେଇଥିବା ଏକ ବୟାନକୁ ନେଇ ହାଇକୋର୍ଟ ଆପତ୍ତି ଉଠାଇଥିଲେ । ହତ୍ୟାକାଣ୍ଡ ପଛର ଉଦ୍ଦେଶ୍ୟ କହିବା ସମୟରେ ଏସପି ଏକ ଇଲେକ୍ସନ ପିଟିସନ ବିଷୟରେ କହିଥିଲେ । ପେଣ୍ଡିଂ ଇଲେକ୍ସନ ପିଟିସନ ଉପରେ ମନ୍ତବ୍ୟ ଦେଇଥିବାରୁ ବ୍ରହ୍ମପୁର ଏସପିଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଥିଲେ ହାଇକୋର୍ଟ ।

Comments are closed.