ବ୍ରହ୍ମପୁର: ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଛନ୍ତି କୋର୍ଟ । ଖୁବ୍ଶୀଘ୍ର ଦାଖଲ ହେବ ଚାର୍ଜସିଟ୍ । ନିର୍ଦ୍ଧାରିତ ସମୟରେ ଚାର୍ଜସିଟ ଦାଖଲ କରିବାକୁ ପୋଲିସ ପକ୍ଷରୁ ପ୍ରସ୍ତୁତି ଚାଲିଛି ।
ଗତ ଅକ୍ଟୋବର ୬ରେ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ଘଟଣାରେ ପୁଲିସ ମୋଟ ୧୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨୦ତାରିଖରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ମୋଟ ୮ ଜଣଙ୍କୁ ଗିରଫ କରାଯାଇଥିଲା I ଜାନୁଆରୀ ୧୮ ତାରିଖ ସୁଦ୍ଧା ତଦନ୍ତକାରୀ ଅଧିକାରୀ ଚାର୍ଜସିଟ କୋର୍ଟରେ ଦାଖଲ କରିବା କଥା। ତା’ ପୂର୍ବରୁ ଚାର୍ଜସିଟ ଦାଖଲ କରିଦେବ ବୋଲି ଆଲୋଚନା ହେଉଛି। ଏଥିପାଇଁ ପୁଲିସ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଥିବା ଦେଖିବାକୁ ମିଳିଛି ।