Latest Odisha News

BREAKING NEWS

୧୫ରୁ କୋରାପୁଟରେ ଚାଲିବ ଲକ୍ଷ୍ମୀ ବସ୍‌: ଜୟପୁର ବ୍ଲକରେ ୩ଟି ରୁଟରେ ଗଡ଼ିବ

ଜୟପୁର: ମାଲାକାନଗିରି, ଗଜପତି, କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲା ପରେ ଏବେ କୋରାପୁଟ ଜିଲାରେ ଗଡ଼ିବ ଲକ୍ଷ୍ମୀ ବସ । କୋରାପୁଟ ଜିଲ୍ଲାରେ ଆସନ୍ତା ୧୫ତାରିଖରେ ଏହାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରାରମ୍ଭିକ ଭାବେ ୨୦ଟି ନୂଆ ବସ ଆସିବା ସହ ଷ୍ଟିକରିଂ ଚାଲିିଥିବା ସୂଚନା ମିଳିଛି ।

୧୪ଟି ବ୍ଲକ ପାଇଁ ୫୬ଟି ବସ ଆସିବ । ଏଥିରେ ଜୟପୁର ବ୍ଲକର ୨୨ଟି ପଂଚାୟତ ପାଇଁ ୩ଟି ରୁଟରେ ବସ ଚଳାଚଳ କରିବ ବୋଲି ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ବିଶ୍ୱନାଥ ପାତ୍ର ସୂଚନା ଦେଇଛନ୍ତି । ୨୨ଟି ପଂଚାୟତର ୬ଟି ପଂଚାୟତର ପୁରୁଣା ବସଷ୍ଟାଣ୍ଡକୁ ପୁନଃରୁଦ୍ଧାର କରାଯାଉଛି । ବଳକା ୧୬ଟି ପଂଚାୟତରେ ନୂଆ ବସଷ୍ଟାଣ୍ଡ ନିର୍ମାଣାଧୀନ ରହିଛି । ୭୫ହଜାର ଟଙ୍କାରେ ପୁନଃରୁଦ୍ଧାର ଓ ୫ଲକ୍ଷରେ ନୂଆ ନିର୍ମାଣ କରାଯିବ । ଏହି କ୍ରମରେ ହାଡିଆ, ଜୟନ୍ତଗିରୀ, ବାରିଣୀପୁଟ, ରଣ୍ଡାପାଲ୍ଲୀ, ପୁଜାରୀପୁଟ ଓ ଧନପୁର ପଂଚାୟତରେ ପୁରୁଣା ବସଷ୍ଟାଣ୍ଡର ପୁନଃରୁଦ୍ଧାର ଓ ବଳକା ୧୬ଟି ପଂଚାୟତରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ହେବ । ଗୋଟିଏ ରୁଟ କେଟି ୦୦୪ରେ ଜୟପୁର-ହାଡିଆ, ଆମ୍ବାଗୁଡା,କୁମୁଲିପୁଟ, ଜୟନ୍ତଗିରୀ, ପୁଜାରୀପୁଟ, କେବିଡି-ରାଣୀଗଡ ପଂଚାୟତ ରହିଛି ।

ସେଭଳି କେଟି ୦୦୫ ରୁଟରେ ଜୟପୁର-ଏକମ୍ବା-ଉମୁରୀ,ରଣ୍ଡାପାଲ୍ଲୀ, ଜାମୁଣ୍ଡା, କୋଙ୍ଗା, ବଡ଼ଜିଉନା, ଧନପୁର, କାଳିଆଗାଁ, ପାମ୍ପୁଣୀ ଓ ଅନ୍ତା ରହିଛି । କେଟି ୦୦୬ରୁଟରେ ଜୟପୁର-ବାଲିଆ, ଡଙ୍ଗରଚିଂଛି, ଟାଙ୍କୁଆ, ବାରଣୀପୁଟ, ଗଡ଼ପଦର ରହିଥିବା ସୂଚନା ମିଳିଛି । ଏହାର ରୁଟ ମ୍ୟାପକୁ ରାଜ୍ୟସରକାର ସାମାଜିକ ଗଣମାଧ୍ୟମରେ ଜାରୀ କରିଛନ୍ତି । ଏହାକୁ ନେଇ ରାଜ୍ୟସ୍ତରରୁ ଜିଲ୍ଲାପାଳ, ଆରଟିଓ, ଡିଟିଏମ, ସବୁ ବ୍ଲକର ବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ ଆଦିଙ୍କୁ ନେଇ ଭିଡିଓ କନଫେରନ୍ସିଂ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.