Latest Odisha News

BREAKING NEWS

ଭୋଟ ପୂର୍ବରୁ ଭକ୍ତ ସାଜିଲେ ନେତା

ନୂଆଦିଲ୍ଲୀ: ୮ ଫେବୃୟାରୀରେ ଦିଲ୍ଲୀ ନିର୍ବାଚନ ପାଇଁ ଭୋଟ ପଡିବ । ସମସ୍ତ ପ୍ରକାର ରଣନୀତି ପରେ ନେତାମାନେ ଏଥର ଭଗବାନଙ୍କ ଆଶ୍ରୟ ନେଇଛନ୍ତି । ଫଳାଫଳ ସପକ୍ଷରେ ଯେପରି ହେବ ସେ ନେଇ ସମସ୍ତ ନେତା ଭକ୍ତ ସାଜିଛନ୍ତି ।

ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ କନ୍ନଟ ପ୍ଲେସ ସ୍ଥିତ ହନୁମାନ ମନ୍ଦିରରେ ପୂଜା ଅର୍ଚ୍ଚନା କରିଥିଲେ । କେଜ୍ରିୱାଲ ହଠାତ୍ ହନୁମାନଙ୍କ ଭକ୍ତ ହେବା ନେଇ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ତାଙ୍କୁ ସମାଲୋଚନା କରିଥିଲେ । ସେହିପରି ବିଜେପି ନେତା ମନୋଜ ତିୱାରୀ କାଳକାଜୀଠାରେ ଥିବା ହନୁମାନ ମନ୍ଦିର ସମ୍ପୂର୍ଣ୍ଣ ରୀତି ନୀତିରେ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ସେ କାତ୍ୟାୟନୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ ।

କେଜ୍ରିୱାଲ ଏହା ପରେ ଟୁଇଟ କରିଥିଲେ ମୁଁ ହନୁମାନଙ୍କ ନିକଟରେ ପ୍ରାର୍ଥନା କରିବା ପରେ ତାଙ୍କ ଆଶୀର୍ବାଦ ମୋତେ ମିଳିଥିଲା । ହନୁମାନ କହିଥିଲେ ତୁମେ ଦେଶ ଓ ଦିଲ୍ଲୀବାସୀଙ୍କ ପାଇଁ କାମ କରୁଛ, ଫଳାଫଳ କଥା ମୁଁ ବୁଝିବି ।

Leave A Reply

Your email address will not be published.