ଭୁବନେଶ୍ୱର: ଫ୍ୟାଶନରୁ କେବେବି ବାଦ୍ ପଡ଼ିନଥାଏ ଜିନ୍ସ। ଏହା ଏକ ଏଭଳି ପୋଷାକ ଯାହା ସବୁ ଉତ୍ସବରେ ପିନ୍ଧାଯାଇଥାଏ। ଏପରିକି ଆପଣ ଯେକୌଣସି ପ୍ରକାରର ପୋଷାକ ସହିତ ଜିନ୍ସ ପ୍ୟାଣ୍ଟ ପିନ୍ଧିପାରିବେ।
ଏକଦା କେବଳ କମ୍ପାନୀରେ କାର୍ୟ୍ୟ କରୁଥିବା ଶ୍ରମିକମାନେ ହିଁ ଜିନ୍ସ ପିନ୍ଧୁଥିଲେ। କିନ୍ତୁ ଆଜିକା ସମୟରେ ଛୁଆ ଠାରୁ ଆରମ୍ଭ କରି ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଛି ଜିନ୍ସ। ତେବେ ଜିନ୍ସ ପ୍ୟାଣ୍ଟରେ ଥିବା ଏକ ଛୋଟ ପକେଟକୁ ଦେଖି ଅନେକଙ୍କ ମନରେ ଏକ ପ୍ରଶ୍ନ ଉଠୁଥିବ ଯେ, ଛୋଟ ପକେଟର କାମ କ’ଣ? ଆସନ୍ତୁ ଜାଣିବା ଏସମ୍ପର୍କରେ…
ଆଗ କାଳରେ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ଜିନ୍ସ ଉଦ୍ଭାବନ କରାଯାଇଥିଲା। ସେହି ସମୟରେ ପକେଟ ଘଣ୍ଟା ଟ୍ରେଣ୍ଡରେ ଥିଲା। ସେମାନେ ଏହି ଛୋଟ ପକେଟରେ ଘଣ୍ଟା ରଖୁଥିଲେ, ଯେପରି ଏହା ଭାଙ୍ଗିବ ନାହିଁ। ଧୀରେ ଧୀରେ ଏହି ଛୋଟ ପକେଟ୍ ଜିନ୍ସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟି ଯାଇଥିଲା।
ଜିନ୍ସ ନିର୍ମାତା ଲେଭି ଷ୍ଟ୍ରୋସ୍ ଯାହା ଲିଭାଇସ୍ ନାମରେ ପରିଚିତ। ପ୍ରଥମେ ଏହି ଛୋଟ ପକେଟ୍ ତିଆରି କରିଥିଲା। ଏହି ଛୋଟ ପକେଟକୁ ୱାଚ୍ ପକେଟ୍ କୁହାଯାଉଥିଲା।
ହେଲେ ଅନେକ ଲୋକ ଏହି ପକେଟରେ କଏନ୍ କିମ୍ବା ଟିକେଟ୍ ରଖିବା ନଜର ଆସୁଛି।
ଶ୍ରମିକମାନେ ଭାରୀ କାମ କରୁଥିବା ଯୋଗୁଁ ପକେଟରେ ଛୋଟ ବଟନ୍ ମଧ୍ୟ ରଖାଯାଇଥିଲା। ଯାହା ଦ୍ଵାରା ପକେଟ୍ ର ସିଲେଇ ମଜଭୁତ ରହିବ ଏବଂ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହୃତ ହୋଇପାରିବ। ହେଲେ ଏବେ ଏହାକୁ ଏକ ଡିଜାଇନ୍ ଭାବେ ନିଆଯାଉଛି।
Comments are closed.