Latest Odisha News

BREAKING NEWS

ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, କୌଣସି ବାହାନା ନ କରି ୱାନ ନେଶନ ୱାନ ରାଶନ କାର୍ଡ ନିୟମ ଲାଗୁ କର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୱାନ ନେଶନ ୱାନ ରାଶନ କାର୍ଡ ନିୟମ ଲାଗୁ କରିବା ପାଇଁ ବୁଧବାର ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି । ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି କୌଣସି ବାହାନ ନ କରି ଏହି ନିୟମ ଲାଗୁ କର । ଗୋଟିଏ ସମସ୍ୟା ସମାଧାନ ବେଳେ ଆମେ ଆଉ ଏକ ସମସ୍ୟାକୁ ସମ୍ମୁଖକୁ ଆଣିବା ଠିକ୍ ନୁହେଁ ।

ଜନକଲ୍ୟାଣ ମାମଲାରେ ସୁପ୍ରିମକୋର୍ଟ ସର୍ବନା ମୂକ ଦର୍ଶକ ସାଜିବେ ନାହିଁ ମାନ୍ୟବର କୋର୍ଟଙ୍କ ପକ୍ଷରୁ କୁହାଯାଇଥିଲା । ଏହି ନିର୍ଦ୍ଦେଶ ପରେ ମମତା ବାନାର୍ଜୀ ସରକାର ବ୍ୟାକଫୁଟକୁ ଆସିଛି । ପୂର୍ବରୁ କେନ୍ଦ୍ର ସରକାରଙ୍କ ଭ୍ୟାକ୍ସିନ ପଲିସି ନେଇ ମଧ୍ୟ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.