ଦିନକୁ ଦିନ ପରିବେଶ ସନ୍ତୁଳନ ହରାଇବାରେ ଲାଗିଛି । କରୋନା ଯୋଗୁ ସଙ୍କଟଜନକ ସ୍ଥିତି ଉପୁଜିଥିବା ବେଳେ ବେଶ୍ ପ୍ରଭାବିତ ହେଉଛି ମଣିଷ । କେବଳ ମଣିଷ ନୁହେଁ ବହୁ ଜୀବଜନ୍ତୁ ମଧ୍ୟ ପ୍ରଭାବିତ ହେବାରେ ଲାଗିଛନ୍ତି । ଯାହା ଏହି ଦୃଶ୍ୟ ଦେଖିଲେ ସ୍ପଷ୍ଟ ଅନୁମାନ କରିହୁଏ । ପରିବଶେ ପ୍ରଦୂଷଣ ସାଙ୍ଗକୁ ପାଣିପବନ ପ୍ରଦୂଷିତ ହୋଇ ପ୍ରଭାବିତ ହେଉଛନ୍ତି ଜୀବ । ଯେମିତି ଲେବାନନ୍ର ଲିତାନୀ ନଦୀ କୂଳରେ କ୍ୱାରାନ୍ ହ୍ରଦ । ମାଛ ମାନଙ୍କ ପାଇଁ ପାଣି ପାଲଟିଛି ବିଷ । ଯେଉଁ ହ୍ରଦ କୂଳରେ ମରିପଡିଛନ୍ତି ଟନ୍ ଟନ୍ ମାଛ । କହିବାକୁ ଗଲେ ପ୍ର୍ରାୟ ୂ୪୦ଟନ୍ ମାଛ ସବୁ ମରିଥିବାର ଦେଖିବାକୁ ମିଳିଥିଲା । ହ୍ରଦ କୂଳରେ ମାଛ ସବୁ ମରିପଡିଥିବାର ଦୃଶ୍ୟ ଆଗରୁ କେବେହେଲେ ଏହିଭଳି ଦୃଶ୍ୟ ଦେଖିବାକୁ ିମଳିନଥିବା କୁହନ୍ତି ସ୍ଥାନୀୟ ଲୋକେ ଆଉ ମତ୍ସ୍ୟଜୀବୀ ମାନେ । ତେବେ ୨୦୧୮ରେ ଏମିତି କିଛି ଘଟଣା ଘଟିଥିଲା ଲେବାନନ୍ ସରକାର ଏହି ହ୍ରଦରୁ ମାଛ ଖାଇବାର ବାରଣ କରିଥିଲେ । ମାଛ ଖାଇବା ଆଦୌ ସୁରକ୍ଷିତ ନୁହୈଁ ବୋଲି କହିଥିଲେ । ଏବେ ପୁଣି ଟନ୍ ଟନ୍ ମାଛ ମରିପଡିଛନ୍ତି । ପାଣି ବିଷାକ୍ତ ହୋଇଯିବାରୁ ମାଛ ସବୁ ମରିଯାଉଛନ୍ତି ନା ଆଉ କିଛି କାରଣ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି ।
BREAKING NEWS
- Accident Rate: ବର୍ଷକୁ ଦେଶରେ ଘଟୁଛି ୫ ଲକ୍ଷ ଦୁର୍ଘଟଣା, ରାଜ୍ୟରେ ଜାଣନ୍ତୁ କେତେ…
- ପାକ୍ସ ସିଲିକାର ପୂର୍ଣ୍ଣକାଳୀନ ସଦସ୍ୟ ହେବ ଭାରତ, ଜାଣନ୍ତୁ କଣ…
- Gold Silver Price: ପୁଣି ରେକର୍ଡ କଲା ସୁନା-ରୂପା ଦର, ଜାଣନ୍ତୁ ଆଜି କେତେ ରହିଛି…
- ରାୟଗଡ଼ାରେ ସଡକ ଦୁର୍ଘଟଣାରେ ୨ ଭାଇଙ୍କ ମୃତ୍ୟୁ
- ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ, ‘X’ ଛାଡ଼ିବା ନେଇ ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା
- ଏଥର କୋହଲିଙ୍କ ନଜର ଜୟସୂରିୟାଙ୍କ ରେକର୍ଡ ଉପରେ
- ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନୀତ ହେବେ ନୃସିଂହ ଚରଣ ଷଡ଼ଙ୍ଗୀ
- ସିବିଆଇ ଅଫିସରେ ଥାଲାପତି ବିଜୟ…
- ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିବ ଭିତ୍ତିପ୍ରସ୍ତର
- ଭାରତ-ବାଂଲାଦେଶ ବିବାଦରେ ପାକିସ୍ତାନର ଏଂଟ୍ରି
Comments are closed.