Latest Odisha News

BREAKING NEWS

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଭାରତୀୟ ଅର୍ଥନୀତି: ୨୦୪୭ ବିକାଶ ଲକ୍ଷ୍ୟ’ ବକ୍ତୃତା

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ଏବଂ ଓଡ଼ିଶା ଅର୍ଥନୀତି ସଙ୍ଘ ପକ୍ଷରୁ ପିଜି କାଉନସିଲରେ ‘ଭାରତୀୟ ଅର୍ଥନୀତି: ୨୦୪୭ ବିକାଶ ଲକ୍ଷ୍ୟ’ ଶୀର୍ଷକରେ ଏକ ବକୃତା ମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦ ଅଧ୍ୟକ୍ଷ .ବିବେକ ଦେବରାୟ ଯୋଗଦେଇ ଦେଶର ପୂର୍ବ ପରିଚୟ ଯୋଗ ଓ ରୋଷେଇ ଥିବା ବେଳେ କୋଭିଡ ୧୯ ମହାମାରୀର ସଫଳ ନିୟନ୍ତ୍ରଣ ସହ ବିଶ୍ୱ ପାଇଁ ଟିକା ଉତ୍ପାଦନ ସହ ରପ୍ତାନୀରେ ଭାରତ ବିଶ୍ୱ ଅର୍ଥନୀତିରେ ନିଜର ସ୍ୱତନ୍ତ୍ରତା ଜାହିର କରି ଏକ ଭିନ୍ନ ପରିଚୟ ସୃତି କରିଥିଲା । ସ୍ୱାଧୀନତା ପୂର୍ତ୍ତିର ଶହେ ବର୍ଷ ଭିତରେ ଭାରତୀୟ ଅର୍ଥନୀତିରେ ବିକାଶ ପାଇଁ ଜମି, ଶ୍ରମ ଓ ପୁଞ୍ଜି ନିବେଶ କ୍ଷେତ୍ରରେ ସଂସ୍କାର ଆଣି, କୃଷି କ୍ଷେତ୍ରରେ ସଂସ୍କାର ସହ ଏହାର ବିକାଶ ଦିଗରେ ବ୍ୟାପକ ପଦକ୍ଷେପ ନେବା ସହ ଅଧିକ ଉତ୍ପାଦନକ୍ଷମ ହେବାକୁ ପ୍ରଯୁକ୍ତି ବିଦ୍ୟାର ସହାୟତା ନେବାକୁ ହେବ । ଏହାର ଫଳ ସ୍ୱରୂପ ଭାରତୀୟ ଅର୍ଥନୀତି ବିକାଶମ୍ମୁଖୀ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ସବିତା ଆଚାର୍ଯ୍ୟ ନିଜ ବାକ୍ରୁତାରେ କହିଥିଲେ ବୈଷୟିକ ଜ୍ଞାନ କୌଶଳ ଭାରତୀୟ ଅର୍ଥନୀତିର ପ୍ରଗତି ପାଇଁ ଅପରିହାର୍ଯ୍ୟ । ଏହାର ପ୍ରୟୋଗ ସଠିକ ପ୍ରୟୋଗ ପ୍ରତ୍ୟେକ କ୍ଷେତ୍ରରେ ଦେଶର ବିକାଶ ପାଇଁ ସହାୟକ ହେବ । ଅକ୍ଷୟ ଶକ୍ତି, ସ୍ୱାସ୍ଥ୍ୟ ଓ ପ୍ରଯୁକ୍ତି ବିଦ୍ୟା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ ସମ୍ପାଦନ କଲେ ଦେଶର ଅର୍ଥନୈତିକ ପ୍ରଗତି ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ ।

ଏହି ସଭାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗ ମୁଖ୍ୟ ମିତାଲି ଚିନ୍ନାରା ସ୍ୱାଗତ ଭାଷଣ ଦେଇଥିବାବେଳେ ଓଡ଼ିଶା ଅର୍ଥନୀତି ସଙ୍ଘର ସମ୍ପାଦକ ଅମରେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply

Your email address will not be published.