Latest Odisha News

BREAKING NEWS

ଭାଷା ଭାଗବତ : ଶବ୍ଦ ଯୋଡ଼ା-ଛଡ଼ା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

କୁକର୍ମ କରିବାକୁ ଡର
କୁକଥା କହିବାକୁ ଡର
ମୋ ନାମ ପ୍ରଫୁଲ୍ଲ କୁମାର
କହିଲେ ପ୍ରଫୁଲ୍ଲକୁ ମାର
ବଦଳଯିବ ଅର୍ଥ ତା’ର
ଲୋକେ ବୁଝିବା ଦରକାର

କୁ ଏକାକ୍ଷରୀ ଶବ୍ଦ ନୁହେ
ଶବ୍ଦ ସହିତ ଲାଖିରହେ
କୁ ଯଦି ଏକୁଟିଆ ରହେ
ସର୍ବଦା ନିରର୍ଥକ ହୁଏ

ମୁଁ, ଓ, ତୁ ଶବ୍ଦ ଏକାକ୍ଷରୀ
ଏହାକୁ ନ ଦେଉଁ ପାସୋରି
ମୁଁକୁ ଅର୍ଥକ ଅଟେ ମୋତେ
ତୁକୁ ଅର୍ଥକ ଅଟେ ତୋତେ

ମୁଁର ଅର୍ଥକ ହୁଏ ମୋର
ତୁର ଅର୍ଥକ ହୁଏ ତୋର
ଏ ଧାରା କରିବା ସ୍ବୀକାର
ଏଧାରା ନୁହେ ଦରକାର

ଶବ୍ଦର ଯୋଡ଼ା-ଛଡ଼ା ଭେଦ
ଅଟେ ଏ ଭାଷାର ସଂପଦ
ଲେଖିବା ହୋଇ ସାବଧାନ
ଘଟିବ ଭାଷାର ଉତ୍‌ଥାନ

Leave A Reply

Your email address will not be published.