Latest Odisha News

BREAKING NEWS

ଆଖି ବୁଜିଲେ ବର୍ଷିଆନ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ

ଭୁବନେଶ୍ୱର: ଆଉ ନାହାଁନ୍ତି ବର୍ଷିଆନ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟ । ୮୮ ବର୍ଷ ବୟସରେ ଆଖି ବୁଜିଛନ୍ତି ସେ । ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ହୋଇଛି । ତାଙ୍କର ମୃତ୍ୟୁ ପରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ପହଞ୍ଚିଛନ୍ତି । ସଙ୍ଗୀତ ନାଟକ ଏକାଡେମୀ ଓ ରାଜ୍ୟ ଚଳଚିତ୍ର ପୁରସ୍କାର ସେ ପାଇଥିଲେ । ପ୍ରଣବଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

ସୁନାମଧନ୍ୟ କଣ୍ଠଶିଳ୍ପୀ ଏବଂ ସଙ୍ଗୀତକାର ସେ ପ୍ରାୟ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ନିଜର ସୁମଧୁର ସ୍ୱର ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ଏବଂ ଆଲବମ ଜଗତକୁ ସମୃଦ୍ଧ କରିଛନ୍ତି. ତାଙ୍କର ଅପୂର୍ବ କଣ୍ଠସ୍ୱର ଏବଂ ଗାୟନ ଶୈଳୀ ପାଇଁ ତାଙ୍କୁ ଓଡ଼ିଆ ସଙ୍ଗୀତର ଅନ୍ୟତମ ଶ୍ରେଷ୍ଠ ଗାୟକ ଭାବେ ଗଣନା କରାଯାଏ।

Leave A Reply

Your email address will not be published.