Latest Odisha News

BREAKING NEWS

ଲୋକାର୍ପଣ ହେଲା ସାହିତ୍ୟ ମଞ୍ଚ ଲେଖନୀ ସ୍ଵର

ବାଙ୍ଗାଲୋର: ସାହିତ୍ୟ ମଞ୍ଚ ଲେଖନୀ ସ୍ଵର (ସୃଜନର ନବ ଦିଗନ୍ତ) ର ଶୁଭ ଲୋକାର୍ପଣ ଉତ୍ସବ ବାଙ୍ଗାଲୋରରୁ ଆଭାସି ମଞ୍ଚ ଦ୍ବାରା ରବିବାର ଏହାର ପ୍ରତିଷ୍ଠାତ୍ରୀ ତପସ୍ୱିନୀ ଦାଶ ଷଢ଼ଙ୍ଗୀ ଏବଂ ସମସ୍ତ କର୍ମକର୍ତ୍ତାଙ୍କ ପ୍ରଚେଷ୍ଟାରେ ଉଦଘାଟିତ ହୋଇଯାଇଛି । ମୂଖ୍ୟ ଅତିଥି ରୂପେ ସାହିତ୍ୟିକା ଡଃ ସୁଷମା ମିଶ୍ର, ରାଜଲକ୍ଷ୍ମୀ ତ୍ରିପାଠୀ, ନରେନ୍ଦ୍ର କୁମାର ଆଚାର‌୍ୟ୍ୟ, ସଚ୍ଚିକାନ୍ତ ଖୁଣ୍ଟିଆ ପ୍ରମୁଖ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭାପତି ସୁନୀତା ସାହୁ, ସଂଯୋଜିକା ଜ୍ୟୋତ୍ସ୍ନାରାଣୀ ସାହୁ, ବୈଷୟିକ ମୂଖ୍ୟ  ଦେବୀପ୍ରସାଦ ସ୍ବାଇଁ, ସମ୍ପାଦକ ଶିବଚରଣ ମହାପାତ୍ର, ବିନେଶ୍ ସାମଲ, କାଳୀ କୁମାର, ସମ୍ପାଦିକା ଲିପ୍ସା ଆଚାର‌୍ୟ୍ୟ ଉପସ୍ଥିତ ଥିଲେ ।

ଜ୍ୟୋତ୍ସ୍ନା ରାଣୀ ସାହୁ ଏହାକୁ ସଂଯୋଜନା କରିଥିଲେ । ପୁରୀରୁ ଶିଶୁ କଣ୍ଠଶିଳ୍ପୀ ଶକ୍ତିରୁପାଙ୍କ ଦ୍ବାରା ଜଗନ୍ନାଥ ଭଜନ ପରିବେଷଣ ‌ହେଇଥିଲା। \”ଲେଖନୀ ସ୍ବର \” ମଞ୍ଚର ପ୍ରତିଷ୍ଠାତ୍ରୀ ତପସ୍ଵିନୀ ଏବଂ ସଭାପତି ସୁନୀତା ସାହୁ ମଞ୍ଚର ଆଭିମୁଖ୍ୟ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ଏହା ପରେ ଶିବଚରଣ ମହାପାତ୍ରଙ୍କ ଦ୍ଵାରା ଅତିଥି ପରିଚୟ ପ୍ରଦାନ କରା ଯାଇଥିଲା । ଅତିଥି ମାନଙ୍କ ଅଭିଭାଷଣ ପରେ ଓ୍ବେବସାଇଟ www.lekhaniswara.com ଲୋକାର୍ପଣ ହେଇଥିଲା ।

Comments are closed.