Latest Odisha News

BREAKING NEWS

ମାର୍ଚ୍ଚ ୨୮ରୁ ତୋଷାଳି ଜାତୀୟ ହସ୍ତତନ୍ତ ମେଳା

ଭୁବନେଶ୍ୱର: ମାର୍ଚ୍ଚ ୨୮ରୁ ତୋଷାଳି ଜାତୀୟ ହସ୍ତତନ୍ତ ମେଳା ।  ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତ ବର୍ଷ ଷୋଡ଼ଶ ତୋଷାଳି ଜାତୀୟ ହସ୍ତତନ୍ତ ମେଳା ମାର୍ଚ୍ଚ ୨୮ରୁ ଆରମ୍ଭ ହେବାକୁ ଯାଉଛି ।     ୨୦୨୨ ମାର୍ଚ୍ଚ ୨୮ରୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆୟୋଜନ ହେବାକୁ ଯାଉଛି ।

ଦେଶର ବିଭିନ୍ନ ସ୍ଥାନରୁ କାରିଗର ଓ ବୁଣାକାର ଏହି ହସ୍ତଶିଳ୍ପ ମେଳାରେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ । ଦେଶର ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ପ୍ରାଣ କେନ୍ଦ୍ର ଭୁବନେଶ୍ୱରରେ ପ୍ରତିବର୍ଷ ଜନତା ମଇଦାନରେ ତୋଷାଳି ଜାତୀୟ ହସ୍ତତନ୍ତ ମେଳା ଆୟୋଜନ ହୋଇଥାଏ। ଏହି ହସ୍ତଶିଳ୍ପ ମେଳା ଦେଶର ବାର୍ଷିକ ଉତ୍ସବ କ୍ୟାଲେଣ୍ଡରରେ ନିଜର ଏକ ନିଆରା ସ୍ଥାନ ନିରୁପଣ କରିସାରିଛି।

ଚଳିତ ବର୍ଷ ମେଳାର ‘ଥିମ୍‌ ପାଭିଲିଅନ୍‌’ରେ ସଂକଳ୍ପ ଜାତୀୟ ପ୍ରକଳ୍ପ ଅଧୀନରେ କେନ୍ଦ୍ରାପଡ଼ାର କାଇଁଚ ହସ୍ତଶିଳ୍ପକୁ ପ୍ରଦର୍ଶନ କରାଯିବ। ଏହି ବର୍ଷ ମେଳାକୁ ସୁଗମ୍ୟ ସହିତ ବାର୍ଦ୍ଧକ୍ୟ ତଥା ଦିବ୍ୟାଙ୍ଗ ହିତପୋଯୋଗୀ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ଦେବାକୁ ସ୍ଥିର କରାଯାଇଅଛି।

Leave A Reply

Your email address will not be published.