Latest Odisha News

BREAKING NEWS

ଗାଈକୁ ମାରି ଖାଇଲା କଲରାପତରିଆ ବାଘ;ଗ୍ରାମବାସୀଙ୍କୁ ଜଙ୍ଗଲକୁ ପ୍ରବେଶ ଉପରେ କଟକଣା

କଣ୍ଟାମାଳ:ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ସମାକୁପା ଗାଁରେ ବାଘ ଆତଙ୍କ । ଦୁଇ ଦିନ ଧରି ଆତଙ୍କ ଖେଳାଇଛି କଲରାପତରିଆ ବାଘ। ଜଙ୍ଗଲରେ ଗୋଟିଏ ଗାଈକୁ ମାରି ଖାଇଦେଇଛି ବାଘ। ସେପଟେ ବାଘ ଭୟ ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ ।ଏହାପରେ ବନବିଭାଗ ଟିମ୍ ଗାଁରେ ପହଞ୍ଚି ପ୍ରଥମେ ଗ୍ରାମବାସୀଙ୍କୁ ଜଙ୍ଗଲ ମଧ୍ୟକୁ ପ୍ରବେଶ ଉପରେ କଟକଣା ଲଗାଇଛି ।

ସୂଚନାଥାଉକି, ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ସମାକୁପା ଗାଁର ଗାଈଚରାଳି ଜଙ୍ଗଲକୁ ଗୋରୁ ଚରାଇବା ପାଇଁ ନେଇଥିଲେ । କିନ୍ତୁ ସନ୍ଧ୍ୟାରେ ଗୋଟିଏ ଗାଈ କମ ଥିବା ଦେଖିବାକୁ ପାଇଥିଲେ । ଏହା ପରେ ଗାଈର ମୃତଦେହ ସହ ବାଘର ପାଦଚିହ୍ନ ଦେଖିବାକୁ ମିଳିଥିଲା । ପାଦଚିହ୍ନ ଦେଖି ବାଘଟି କଲରାପତାରିଆ ହୋଇଥାଇପାରେ ବୋଲି ସୂଚନା ଦେଇଛି ବନବିଭାଗ ।

ଏବେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।

Leave A Reply

Your email address will not be published.