Latest Odisha News

ବୃଦ୍ଧାବସ୍ଥାରେ ଆର୍ଥିକ ସୁରକ୍ଷା; ଥରେ ଟଙ୍କା ଜମା କରି ପାଆନ୍ତୁ ଜୀବନ ସାରା ପେନସନ୍

ଭୁବନେଶ୍ବର: ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏକ ନୂତନ ପେନସନ୍ ସ୍କିମ୍ ଆଣିଛି, ଯାହାର ନାମ LIC Smart Pension Plan ରଖାଯାଇଛି । ଏହା ହେଉଛି ଏକ ସିଙ୍ଗଲ ପ୍ରିମିୟମ୍ ଯୋଜନା, ଯାହା ଅଧୀନରେ ସିଙ୍ଗଲ ଓ ଜଏଣ୍ଟ ପେନସନର ଲାଭ ଉଠେଇ ପାରିବେ । ଏହି ଯୋଜନା ଅଧୀନରେ ତୁରନ୍ତ ପେନ୍‌ସନ୍‌ର ବିକଳ୍ପ ମଧ୍ୟ ଦିଆଯାଇଛି। ଆର୍ଥିକ ସୁରକ୍ଷା ଅଧୀନ(Financial Security)ରେ, ଏହି ଯୋଜନା ଆପଣଙ୍କୁ ଅବସର ପରେ ଆର୍ଥିକ ସୁରକ୍ଷା ଯୋଗାଇବ ।

ଯେକୌଣସି ନାଗରିକ ଏହି ପେନସନ୍ ଯୋଜନା ଅଧୀନରେ ଲାଭ ପାଇପାରିବେ । ସ୍ମାର୍ଟ ପେନସନ୍ ସ୍କିମ୍ ଅଧୀନରେ ପଲିସି ହୋଲ୍ଡର୍ସ ମାସିକ,ତ୍ରୈମାସିକ, ଛଅ ମାସିକ ଏବଂ ବାର୍ଷିକ ପେନସନ୍ ନେବାର ବିକଳ୍ପ ଚୟନ କରି ପାରିବେ । ଏହି ଯୋଜନା ଅଧୀନରେ ଏନ୍ୟୁଟି ଲାଭ ମଧ୍ୟ ଦିଆଯିବ । ପଲିସିଧାରୀଙ୍କ ପରେ, ଏହି ଯୋଜନାର ଲାଭ ନୋମିନିକୁ ଦିଆଯାଏ ।

ଏହି ଯୋଜନା LIC ର ୱେବସାଇଟ୍ (Online Purchase)ରେ ଅନଲାଇନ କିଣି ପାରିବେ ଅବା ଅଫଲାଇନ୍ ଏଲଆଇସି ଏଜେଣ୍ଟ,POSP-Life Insurance ଏବଂ ସାଧାରଣ ଜନସେବା କେନ୍ଦ୍ର ମାଧ୍ୟମରେ ମଧ୍ୟ କ୍ରୟ କରାଯାଇପାରିବ । ଏହି ଯୋଜନାର ବିଶେଷତ୍ୱ ​​ହେଉଛି ପାଞ୍ଚ ବର୍ଷ ପରେ, ବିନିଯୋଗ ହୋଇଥିବା ଅର୍ଥର ୬୦% ପର୍ଯ୍ୟନ୍ତ ପ୍ରତ୍ୟାହାର କରାଯାଇପାରିବ, ଯାହାଦ୍ୱାରା ଜରୁରୀକାଳୀନ ପାଣ୍ଠିର ଆବଶ୍ୟକତା ପୂରଣ ହେବ ।

ପେନସନ୍ ପାଇବା ପାଇଁ ପୁରା ପ୍ରିମିୟମ୍ କୁ ଗୋଟିଏ ଥରରେ ଜମା କରିବାକୁ ପଡିବ । ଆପଣ ଏଥିରେ ଅତି କମରେ ଏକ ଲକ୍ଷ ଟଙ୍କା ବିନିଯୋଗ କରିପାରିବେ । ସର୍ବାଧିକ ରାଶିର କୌଣସି ଲିମିଟ୍ ନାହିଁ ।

LIC ସ୍ମାର୍ଟ ପେନସନ୍ ଯୋଜନା ଅଧୀନରେ ଲୋନ୍ ର ସୁବିଧା ମଧ୍ୟ ପ୍ରଦାନ କରାଯାଇଛି । ପଲିସି ଆରମ୍ଭ ହେବାର ତିନି ମାସ ପରେ ଲୋନର ସୁବିଧା ଦିଆଯାଏ । ଏହି ଯୋଜନା ଅଧୀନରେ, ୧୮ ବର୍ଷରୁ ୧୦୦ ବର୍ଷ ପର୍ଯ୍ୟନ୍ତ ବୟସର ବ୍ୟକ୍ତି ନିବେଶ କରି ପାରିବେ । ଯଦି ପଲିସି ଧାରକଙ୍କ ମୃତ୍ୟୁ ହୋଇଯାଏ ତେବେ ନୋମିନିଙ୍କୁ ପେନସନ୍ ଟଙ୍କା ଦିଆଯିବ ।

Comments are closed.