Latest Odisha News

BREAKING NEWS

ମହାକୁମ୍ଭରେ ବୁଡ ପକାଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହେଉଥିବା ବିଶ୍ବ ପ୍ରସିଦ୍ଧ ମହାକୁମ୍ଭ-୨୦୨୫ । ଜାନୁଆରୀ ୧୩ ରୁ ତ୍ରିବେଣୀ ସଂଗମରେ ଆରମ୍ଭ ହୋଇଥିବା ଏହି କୁମ୍ଭମେଳାରେ ବର୍ତ୍ତମାନ ସୁଦ୍ଧା ୫୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇସାରିଛନ୍ତି। ଆସନ୍ତା ୨୬ ତାରିଖରେ ଶେଷ ହେବାକୁ  ଥିବା ଏହି ଦିବ୍ୟ ମେଳାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ  ବୁଡ ପକାଇ ସାରିଛନ୍ତି। ସେହିପରି ବିଦେଶୀ ଶ୍ରଦ୍ଧାଳୁମାନେ ମଧ୍ୟ କୁମ୍ଭମେଳାରେ ବହୁଳ ମାତ୍ରାରେ ଦେଖିବାକୁ ମିଳୁଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବୁଡ଼ ପକାଇବାକୁ କୁମ୍ଭମେଳା ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ  ମାଝୀ ରବିବାର ଠାରୁ ୩ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ରହିବା ସହିତ ସଂଗମରେ ବୁଡ଼ ପକାଇବେ। ଏତତବ୍ୟତୀତ  ସେ ଅଯୋଧ୍ୟାରେ ରାମଲଲାଙ୍କୁ ମଧ୍ୟ ଦର୍ଶନ କରିବେ।

ପ୍ରକାଶ ଥାଉକି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତମାସ ୧୪ ତାରିଖରେ ବୈତରଣୀରେ ମକର ବୁଡ଼ ପକାଇଥିଲେ। ସେ ବୈତରଣୀ ନଦୀର ଅନସୂୟା ତୀର୍ଥ ଘାଟରେ ବୁଡ଼ ପକାଇଥିଲେ।

Comments are closed.