Latest Odisha News

BREAKING NEWS

ଜୀବନବ୍ୟାପୀ ସାଧନା ସମ୍ମାନରେ ମୁଖ୍ୟମନ୍ତ୍ରୀ ସମ୍ମାନିତ ହୋଇଛନ୍ତି

ନୂଆଦିଲ୍ଲୀ :  “ଜୀବନବ୍ୟାପୀ ସାଧନା ସମ୍ମାନ ”ରେ ମୁଖ୍ୟମନ୍ତ୍ରୀ ସମ୍ମାନିତ ହୋଇଛନ୍ତି । ରାଜଧାନୀ ଦିଲ୍ଲୀରେ ସମ୍ମାନିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ଦିଲ୍ଲୀର ଇଣ୍ଡିଆ ଇଣ୍ଟରନେସନାଲ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି  ।

ପୂର୍ବତନ ସିଜେଆଇ ଜଷ୍ଟିସ ଏନ.ଭି.ରମଣାଙ୍କ ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ଗ୍ରହଣ କରିଛନ୍ତି । ତାଙ୍କର ଉଲ୍ଲେଖନୀୟ ନେତୃତ୍ୱ ପାଇଁ ଏହି ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି  । ଦୀର୍ଘ ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଜନକଲ୍ୟାଣ ନେତୃତ୍ୱ ଦ୍ୱାରା ଓଡ଼ିଶା ବିକାଶର ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛନ୍ତି ।

ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ବିପର୍ଯ୍ୟୟ ପରିଚାଳନା, କ୍ରୀଡ଼ାର ବିକାଶ, ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବା ସହ ଓଡିଶା ମଡେଲକୁ ସାରା ବିଶ୍ୱ ପ୍ରଶଂସା କରୁଛି  । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ବହୁ ପ୍ରତିଷ୍ଠିତ ସଂସ୍ଥା ପକ୍ଷରୁ ପୂର୍ବରୁ ସମ୍ମାନିତ କରାଯାଇଛି।

Leave A Reply

Your email address will not be published.