Latest Odisha News

ସାରୁଅରେ ଓଟିଭିର ବିବାଦୀୟ ସ୍ଥାନରେ ପାଚେରୀ ଭାଙ୍ଗିଲା ପ୍ରଶାସନ

ଖୋର୍ଦ୍ଧା: ସାରୁଅରେ ଓଟିଭି ବିବାଦୀୟ ଜମିରେ ପାଚେରୀ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଆଜି ପୋଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ଭଙ୍ଗା କାମ ଚାଲିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆଧାରରେ ପଦକ୍ଷେପ ନେଇଛି ପ୍ରଶାସନ ।

ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ ଯେ, ବିବାଦୀୟ ସ୍ଥାନରେ ପାଚେରୀ ନିର୍ମାଣ କରି ଓଟିଭି ଲୋକଙ୍କୁ ସେମାନଙ୍କ ଚାଷଜମି ଓ ପୋଖରୀ ରାସ୍ତାକୁ ଯିବାରେ ଅସୁବିଧା ସୃଷ୍ଟି କରୁଛି । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ପରେ ମାପଚୁପ ଆରମ୍ଭ ହୋଇଥିଲା ।
 Eviction drive begins in Sarua
ସାରୁଅରେ ଓଟିଭି ଜମି ଜବରଦଖଲ ଅଭିଯୋଗ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଜମି କିଣାବିକାରେ ଅନିୟମିତତା ହୋଇଥିବା ନେଇ ରାଜସ୍ୱ ବିଭାଗକୁ ରିପୋର୍ଟ ଦେଇଥିଲେ ଖୋର୍ଦ୍ଧା ଜିଲ୍ଲାପାଳ । ବର୍ଷ ବର୍ଷ ଧରି ସାରୁଅରେ ଜମି ଜବରଦଖଲ କରି ବେନାମୀ ଟଙ୍କା କାରବାର ଚାଲିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.