ଭୁବନେଶ୍ୱର: କୁହାଯାଏ ଇତିହାସର ପୁନରାବୃତ୍ତି ହୋଇଥାଏ । ଏହାର ସଦ୍ୟ ଉଦାହରଣ ନିକଟରେ ଭୋପାଳରେ ଦେଖିବାକୁ ମିଳିଛି । ପ୍ରାୟ ୨୯ ବର୍ଷ ତଳେ କଂଗ୍ରେସ ନେତା ସ୍ୱର୍ଗତଃ ମାଧବରାଓ ସିନ୍ଧିଆ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବାରୁ ଅଳ୍ପକେ ରହିଯାଇଥିଲେ । ହୋଇପାରି ନଥିଲେ ସେ ମୁଖ୍ୟମନ୍ତ୍ରୀ । ଆଉ ଠିକ୍ ୨୯ ବର୍ଷ ପରେ ତାଙ୍କ ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି । ତାଙ୍କ ହାତରୁ ମଧ୍ୟ ଅଳ୍ପକେ ଖସିଯାଇଛି ମୁଖ୍ୟମନ୍ତ୍ରୀ ପଦ ।
୧୯୮୯ ମସିହା ଜାନୁଆରୀ ମାସରେ ଚୁରହଟ ଲଟେରୀ କାଣ୍ଡ ଯୋଗୁଁ ତକ୍ରାଳୀନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା । ସେ ସମୟରେ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧିଙ୍କର ଇଚ୍ଛାସତ୍ୱେ ଅର୍ଜୁନ ସିଂହଙ୍କ ଚାପ ଯୋଗୁଁ ମାଧବରାଓ ସିନ୍ଧିଆ ମୁଖ୍ୟମନ୍ତ୍ରୀ ପଦ ପାଇପାରିନଥିଲେ ।
ସିନ୍ଧିଆଙ୍କର ପୁରା ବିଶ୍ୱାସ ଥିଲା ସେ ହିଁ ମୁଖ୍ୟମନ୍ତ୍ରୀ ହେବେ । ସେ ସିଧାସଳଖ ଦିଲ୍ଲୀରୁ ଆସି ଦୁଇଦିନ ଧରି ଭୋପାଳରେ ଅଟକିଥିଲେ । ତେବେ ଏଥିରେ ଅର୍ଜୁନ ସିଂହ ଏବଂ ତାଙ୍କ ସମର୍ଥକ ବିଧାୟକଙ୍କ ଚାପ ଯୋଗୁଁ ସିନ୍ଧିଆଙ୍କ ସ୍ଥାନରେ ମୋତିଲାଲ୍ ଭୋରାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଗଲା ।
ଏହି ଘଟଣାର ୨୯ ବର୍ଷ ପରେ ମାଧବରାଓଙ୍କ ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ମଧ୍ୟ ସମାନ୍ ପରିସ୍ଥିତି ସୃଷ୍ଟି ହୋଇଛି । ଜ୍ୟୋତିରାଦିତ୍ୟ ମଧ୍ୟପ୍ରଦେଶର ସବୁଠାରୁ ଯୁବ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବାରୁ ଅଳ୍ପକେ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ୭୨ ବର୍ଷୀୟ କମଲନାଥ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଛନ୍ତି ।
ଜ୍ୟୋତିରାଦିତ୍ୟ ସିନ୍ଧିଆ ଗ୍ୱାଆଲିୟରର ସିନ୍ଧିଆ ରାଜପରିବାରର ବଂଶଜ । ତାଙ୍କ ଜେଜେମା ସ୍ୱର୍ଗତଃ ରାଜମାତା ବିଜୟାରାଜ ସିନ୍ଧିଆ ଜନସଂଘ ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ । ପୁଅ ମାଧବରାଓ ସିନ୍ଧିଆ ମଧ୍ୟ ଜନସଂଘରେ ସାମିଲ୍ ହୋଇଥିଲେ । ତେବେ ୧୯୮୦ ମସିହାରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ମାଧବରାଓଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଜ୍ୟୋତିରାଦିତ୍ୟ ମଧ୍ୟ କଂଗ୍ରେସରେ ସାମିଲ୍ ହୋଇଥିଲେ । ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶ ଗୁନା ଲୋକସଭା କ୍ଷେତ୍ରରେ ସାଂସଦ ଅଛନ୍ତି ।
BREAKING NEWS
- ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ପୁଣି ଯୁଦ୍ଧ ଆରମ୍ଭ
- Jag Vasant tanker arrives: ଇରାନରୁ ଆଶ୍ୱସ୍ତି ଆଣିଲା ଆଉ ଏକ ଜାହାଜ, ଗୁଜୁରାଟ ବନ୍ଦରରେ କଲା ପ୍ରବେଶ
- ଓଡ଼ିଶା ଆସୁଛନ୍ତି ସ୍ଥଳସେନା ମୁଖ୍ୟ
- ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ: ଗଣଶିକ୍ଷା ବିଭାଗ
- ଟ୍ରମ୍ପଙ୍କ ୧୦ ଦିନିଆ ଯୁଦ୍ଧବିରତି
- ଟ୍ରପ୍ ଲାଇନ ପ୍ରଭାବରେ ରାଜ୍ୟରେ ଝଡବର୍ଷା: ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- Intercepted Missile in Abu Dhabi: ଇରାନୀ କ୍ଷେପଣାସ୍ତ୍ର ଆକ୍ରମଣ; ଭଗ୍ନାବଶେଷ ପଡ଼ି ଜଣେ ଭାରତୀୟଙ୍କ ସମେତ ୨ମୃତ
- Bus Collides With Truck: ପିକଅପ୍ ସହ ଧକ୍କା ହେଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରୁଥିବା ବସ୍ ;୧୦ ମୃତ, ୩୧ରୁ ଅଧିକ ଆହତ
- West Asia conflict:ଆସନ୍ତାକାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ପ୍ରଧାନମନ୍ତ୍ରୀ; ଏହି ରାଜ୍ୟମାନେ ହେବେନି ସାମିଲ
- Ganja:୪ କୋଟି ମୂଲ୍ୟର ଗଞ୍ଜେଇ ଜବତ;ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ଚାଲିଛି ତଦନ୍ତ
Comments are closed.