ଭୁବନେଶ୍ୱର: କୁହାଯାଏ ଇତିହାସର ପୁନରାବୃତ୍ତି ହୋଇଥାଏ । ଏହାର ସଦ୍ୟ ଉଦାହରଣ ନିକଟରେ ଭୋପାଳରେ ଦେଖିବାକୁ ମିଳିଛି । ପ୍ରାୟ ୨୯ ବର୍ଷ ତଳେ କଂଗ୍ରେସ ନେତା ସ୍ୱର୍ଗତଃ ମାଧବରାଓ ସିନ୍ଧିଆ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବାରୁ ଅଳ୍ପକେ ରହିଯାଇଥିଲେ । ହୋଇପାରି ନଥିଲେ ସେ ମୁଖ୍ୟମନ୍ତ୍ରୀ । ଆଉ ଠିକ୍ ୨୯ ବର୍ଷ ପରେ ତାଙ୍କ ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି । ତାଙ୍କ ହାତରୁ ମଧ୍ୟ ଅଳ୍ପକେ ଖସିଯାଇଛି ମୁଖ୍ୟମନ୍ତ୍ରୀ ପଦ ।
୧୯୮୯ ମସିହା ଜାନୁଆରୀ ମାସରେ ଚୁରହଟ ଲଟେରୀ କାଣ୍ଡ ଯୋଗୁଁ ତକ୍ରାଳୀନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା । ସେ ସମୟରେ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧିଙ୍କର ଇଚ୍ଛାସତ୍ୱେ ଅର୍ଜୁନ ସିଂହଙ୍କ ଚାପ ଯୋଗୁଁ ମାଧବରାଓ ସିନ୍ଧିଆ ମୁଖ୍ୟମନ୍ତ୍ରୀ ପଦ ପାଇପାରିନଥିଲେ ।
ସିନ୍ଧିଆଙ୍କର ପୁରା ବିଶ୍ୱାସ ଥିଲା ସେ ହିଁ ମୁଖ୍ୟମନ୍ତ୍ରୀ ହେବେ । ସେ ସିଧାସଳଖ ଦିଲ୍ଲୀରୁ ଆସି ଦୁଇଦିନ ଧରି ଭୋପାଳରେ ଅଟକିଥିଲେ । ତେବେ ଏଥିରେ ଅର୍ଜୁନ ସିଂହ ଏବଂ ତାଙ୍କ ସମର୍ଥକ ବିଧାୟକଙ୍କ ଚାପ ଯୋଗୁଁ ସିନ୍ଧିଆଙ୍କ ସ୍ଥାନରେ ମୋତିଲାଲ୍ ଭୋରାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଗଲା ।
ଏହି ଘଟଣାର ୨୯ ବର୍ଷ ପରେ ମାଧବରାଓଙ୍କ ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ମଧ୍ୟ ସମାନ୍ ପରିସ୍ଥିତି ସୃଷ୍ଟି ହୋଇଛି । ଜ୍ୟୋତିରାଦିତ୍ୟ ମଧ୍ୟପ୍ରଦେଶର ସବୁଠାରୁ ଯୁବ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବାରୁ ଅଳ୍ପକେ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ୭୨ ବର୍ଷୀୟ କମଲନାଥ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଛନ୍ତି ।
ଜ୍ୟୋତିରାଦିତ୍ୟ ସିନ୍ଧିଆ ଗ୍ୱାଆଲିୟରର ସିନ୍ଧିଆ ରାଜପରିବାରର ବଂଶଜ । ତାଙ୍କ ଜେଜେମା ସ୍ୱର୍ଗତଃ ରାଜମାତା ବିଜୟାରାଜ ସିନ୍ଧିଆ ଜନସଂଘ ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ । ପୁଅ ମାଧବରାଓ ସିନ୍ଧିଆ ମଧ୍ୟ ଜନସଂଘରେ ସାମିଲ୍ ହୋଇଥିଲେ । ତେବେ ୧୯୮୦ ମସିହାରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ମାଧବରାଓଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଜ୍ୟୋତିରାଦିତ୍ୟ ମଧ୍ୟ କଂଗ୍ରେସରେ ସାମିଲ୍ ହୋଇଥିଲେ । ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶ ଗୁନା ଲୋକସଭା କ୍ଷେତ୍ରରେ ସାଂସଦ ଅଛନ୍ତି ।
BREAKING NEWS
- Elon Musk On Apple Google Partnership: ଆପଲ୍-ଗୁଗୁଲ୍ ଏଆଇ ଡିଲ୍, କାହିଁକି ଖୁସି ନାହାଁନ୍ତି ମସ୍କ?
- AI In Parliament: ସଂସଦରେ କମାଲ କରିବ ପ୍ରଯୁକ୍ତିବିଦ୍ୟା, ସାଂସଦମାନଙ୍କୁ ଏମିତି କରିବ ସାହାଯ୍ୟ…୨୨ ଭାଷାରେ ହେବ ଉପଲବ୍ଧ…
- Iran Protest: ତେହେରାନ ରାସ୍ତାରେ ତିନି ପିଢ଼ିର କ୍ରୋଧ, ଇରାନରେ ପ୍ରତିବାଦର ଆକର୍ଷଣୀୟ ଇତିହାସ…
- T20 World Cup: ବାଂଲାଦେଶର ଦାବିକୁ ପ୍ରତ୍ୟାଖ୍ୟାନ କଲା ଆଇସିସି
- ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା; ୨୫ ଦିନରେ ଗଲାଣି ୮ ଜୀବନ
- Pakistan-Indonesia Defence Deal: ଇଣ୍ଡୋନେସିଆକୁ JF-17 ଲଢ଼ୁଆ ବିମାନ ବିକିବ ପାକିସ୍ତାନ
- US Iran Crisis: ଆମେରିକାର ଧମକ: ଇରାନ୍ ସହ ବ୍ୟବସାୟ କଲେ ଲାଗିବ ଅତିରିକ୍ତ ଟାରିଫ୍
- Cold Wave: ରାଜ୍ୟରେ ଅସହ୍ୟ ଥଣ୍ଡା; ରାତି ତାପମାତ୍ରା ୧ରୁ ୨ ଡିଗ୍ରୀ ଖସିବା ସମ୍ଭାବନା
- MPATGM:ପୁଣି କମାଲ୍ କଲା DRDO; ଟ୍ୟାଙ୍କ ଧ୍ୱଂସକାରୀ ସ୍ୱଦେଶୀ ମିସାଇଲର ହେଲା ସଫଳ ପରୀକ୍ଷଣ
- chilika: ଚିଲିକା ହ୍ରଦର ସାମଗ୍ରୀକ ବିକାଶ ସମ୍ପର୍କିତ ବୈଠକ; ପର୍ଯ୍ୟଟନ ପାଇଁ ସ୍ୱତନ୍ତ୍ର ଯୋଜନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
Comments are closed.