Latest Odisha News

BREAKING NEWS

‘ଗୁଡ ନ୍ୟୁଜ ଇଣ୍ଡିଆ’ର ବିଦେଶୀ ଅନୁଦାନ, ତଦନ୍ତ କରିବ ଇଡି

ଭୁବନେଶ୍ୱର : ଢେଙ୍କାନାଳ ସହର ଉପକଣ୍ଠସ୍ଥ ସେଲଟର ହୋମ୍ ଯୌନ ନିର୍ଯ୍ୟାତନା ଘଟଣା ଏକ ନୂଆ ମୋଡ ନେଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ‘ଗୁଡ ନ୍ୟୁଜ ଇଣ୍ଡିଆ’ରେ ବିଦେଶୀ ପୁଞ୍ଜିନିବେଶ ତଥା କେଉଁ ଏନଜିଓ ଦ୍ୱାରା ଏହା ପରିଚାଳିତ ହେଉଥିଲା ତାର ତଦନ୍ତ କରିବ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “ସଂସ୍ଥାର ଆର୍ଥିକ ନେଣଦେଣ, ବିଦେଶୀ ପୁଞ୍ଜିର ପରିମାଣ ଏବଂ ପୁଞ୍ଜି କେଉଁଠୁ ଆସୁଥିଲା ସେନେଇ ତଦନ୍ତ କରାଯିବ” । ଏଥିସହିତ ଢେଙ୍କାନାଳ ସଦର ପୋଲିସକୁ ସମ୍ପୃକ୍ତ ସଂସ୍ଥା ବିରୋଧରେ ହୋଇଥିବା ଏତଲା ଓ ଚାର୍ଜସିଟ୍ ଫାଇଲ ମଗାଯାଇଛି।

ଡିସେମ୍ବର ୫ ତାରିଖରେ ଢେଙ୍କାନାଳ ଏସପି ସନ୍ତୋଷ ନାୟକ ଗଣମାଧ୍ୟମକୁ ସୂଚନା ହେଇ କହିଥିଲେ “ ବିଦେଶୀ ଅର୍ଥ ଅନୁଦାନ କିପରି ଆସୁଥିଲା ସେହି ସମ୍ପର୍କୀତ କେନ୍ଦ୍ରୀୟ ପଞ୍ଜିକରଣ ଦସ୍ତାବିଜକୁ ପୁଙ୍ଖାନୁପୁଙ୍ଖ ଭାବେ ପୋଲିସ ପକ୍ଷରୁ ତର୍ଜମା କରାଯାଇଥିଲା । ଏତଦବ୍ୟତୀତ ୟୁଟିଲାଇଜେସନ ସାର୍ଟିଫିକେଟ, ଅଡ଼ିଟ ରିପୋର୍ଟ ଏବଂ ଆୟକର ରିଟର୍ଣ୍ଣର ନଥିପତ୍ର ଯାଞ୍ଚ କରାଯାଇଛି । “

ଆହୁରି ମଧ୍ୟ ଏହି ଏନଜିଓ ସଂସ୍ଥା ସେଲଟର୍ ହୋମଗୁଡ଼ିକର ରକ୍ଷଣାବେକ୍ଷଣ, ନୂତନ ସେଲଟର ହୋମର ନିର୍ମାଣ ତଥା ଓଡ଼ିଶାରେ ସେଲଟର୍ ହୋମ ନିର୍ମାଣ କରିବା ନିମନ୍ତେ ଜମି କ୍ରୟ ଲାଗି ବିଦେଶରୁ ବାର୍ଷିକ ପ୍ରାୟ ୧୫ରୁ ୧୬ କୋଟି ଟଙ୍କା ଅନୁଦାନ ମିଳିଥାଏ । କଲିକତାର ଏକ ଚାଟାର୍ଡ଼ ଆକାଉଣ୍ଟାଣ୍ଟଙ୍କ ଦ୍ୱାରା ଏହି ଏନଜିଓ ସଂସ୍ଥାର ଆୟବ୍ୟୟର ହିସାବ ହୋଇଥାଏ ଏବଂ ବିଦେଶୀ ଅନୁଦାନ ସଂଗ୍ରହ ସମ୍ପର୍କରେ ସ୍ଥାନୀୟ ଏବଂ ବିଦେଶୀ ସୂତ୍ରରୁ ଜଣା ପଡ଼ିଛି,” ।

Leave A Reply

Your email address will not be published.