Latest Odisha News

BREAKING NEWS

ରାଜ୍ୟରେ ଖୁବ୍ ଶୀଘ୍ର ଖୋଲିବ ଅଧିକ ଡାଏଲିସିସ୍ କେନ୍ଦ୍ର

ଭୁବନେଶ୍ୱର : କିଡନି ରୋଗୀମାନଙ୍କ ପାଇଁ ରାଜ୍ୟରେ ଖୁବ୍ ଶୀଘ୍ର ଅଧିକ ଡାଏଲିସିସ୍ କେନ୍ଦ୍ର ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି ।

ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଏଥିସହିତ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିପିପି ମୋଡରେ ଡିସେମ୍ବର ୧୪ ତାରିଖରୁ ଏକ ଡାଏଲିସିସ୍ କେନ୍ଦ୍ର କାର‌୍ୟ୍ୟକ୍ଷମ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ଜଗତସିଂହପୁର ବ୍ୟତିତ ରାଜ୍ୟର କ୍ୟାପିଟାଲ ହସ୍ପିଟାଲ, ଅନୁଗୁଳ, ବାଲେଶ୍ୱର, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ଢେଙ୍କାନାଳ, କଳାହାଣ୍ଡି, ନୂଆପଡ଼ା, କେନ୍ଦୁଝର, କୋରାପୁଟ, ନୟାଗଡ଼, ପୁରୀ, ରାୟଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଏବଂ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ସେବା ଉପଲବ୍ଧ ହେଉଥିବା ନେଇ ମନ୍ତ୍ରୀ ପ୍ରକାଶ କରିଛନ୍ତି ।

୨୦୧୮-୧୯ ବର୍ଷରେ ଏଯାବତ୍ ପାଖାପାଖି ରାଜ୍ୟରେ ୧୯ଟି ଡାଏଲିସିସ୍ କେନ୍ଦ୍ର କାର୍ଯ୍ୟକ୍ଷମ ହେଉଥିବା ବେଳେ ଆଗାମୀ ଦିନରେ ଆହୁରି ୭ଟି ଜିଲ୍ଲାରେ ଡାଏଲିସିସ୍ କେନ୍ଦ୍ର ଖୋଲାଯିବା ନେଇ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିବା ନେଇ ମନ୍ତ୍ରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.