Latest Odisha News

BREAKING NEWS

‘ସମୟ ଆସିବ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିବେ ଲୋକେ’

ଜୟପୁର: ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓଓ୍ୱେସି କହିଛନ୍ତି ଯେ ଶ୍ରୀଲଙ୍କାରେ ଲୋକମାନେ ରାଷ୍ଟ୍ରପତିଙ୍କ ବାସଭବନରେ ପ୍ରବେଶ କରିଥିଲେ। ସେହିଭଳି ଭାରତର ଲୋକମାନେ ଦିନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିବେ । ଶ୍ରୀଲଙ୍କାରେ ସରକାର ବେକାରୀ, ମୁଦ୍ରାସ୍ଫୀତି ସମସ୍ୟାର ସମାଧାନ କରିପାରିଲେନି। ଭାରତରେ ମଧ୍ୟ ଲୋକମାନେ ବର୍ତ୍ତମାନ ସମାନ ରାସ୍ତାରେ ଯାଉଛନ୍ତି। ବିଭିନ୍ନ  ପ୍ରସଙ୍ଗରେ ଲୋକେ ଏବେ କେନ୍ଦ୍ର ସରକାର ଉପରୁ ବିଶ୍ୱାସ ହରାଇ ବସିଛନ୍ତି। ତେଣୁ ସେ ଏପରି କହିଛନ୍ତି ବୋଲି ଜଣାପଡିଛି।

ରାଜସ୍ଥାନର ଜୟପୁରରେ ‘ଟକ୍ ଜର୍ଣ୍ଣାଲିଜିମ୍’ରେ ଯୋଗ ଦେଇ ହାଇଦ୍ରାବାଦ ସାଂସଦ କହିଛନ୍ତି ଯେ ସିଏଏ, କୃଷି ବିଲ୍, ଅଗ୍ନିବୀର ଭଳି ପ୍ରସଙ୍ଗରେ ଲୋକମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦିନେ ଶ୍ରୀଲଙ୍କାର ଲୋକମାନେ ରାଷ୍ଟ୍ରପତି ଭବନ ଭିତରେ ବସିଥିବା ବେଳେ ସେହିଭଳି ସେମାନେ ଆମ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିବେ । ଏହାପରେ କହିବେ ଯେ ତାଙ୍କୁ ଚାକିରି ଦିଆଯାଉ। ତେବେ ସେ ଏହା ଚାହଁନ୍ତି ନାହିଁ ବୋଲି ସ୍ପଷ୍ପ କରିଛନ୍ତି। ନଚେତ୍ ଆଗାମୀ ଦିନରେ ତାଙ୍କ ବିରୋଧରେ ୟୁଏପିଏ ଆକ୍ଟ ଲାଗୁ ହେବ ବୋଲି ଆଶଙ୍କା କରିଛନ୍ତି। ତେବେ ବିଭିନ୍ନ ସମୟରେ ଆତଙ୍କୀ ସଂଗଠନ ଲିଙ୍କ୍ ନେଇ ଚର୍ଚ୍ଚାରେ ରହୁଥିବା ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ କି ବୋଲି ପ୍ରଶ୍ନର ଉତ୍ତର ଦେଇନଥିଲେ ହାଇଦ୍ରାବାଦ ସାଂସଦ।

ସେ ଆହୁରି କହିଛନ୍ତି ଯେ ଗତ କିଛି ବର୍ଷ ଧରି ସଂସଦରେ ବିତର୍କର ପରିସର ହ୍ରାସ ପାଇଛି। ଏହାଦ୍ୱାରା ବ୍ୟବସ୍ଥା ଦୁର୍ବଳ ହେଉଛି। ଓଓ୍ୱେସି କହିଛନ୍ତି ଯେ ସଂସଦର ମୌସୁମୀ ଅଧିବେଶନରେ ୧୪ ଟି ବିଲ୍ ଆଗତ କରାଯାଇଥିଲା । କିଛି ମିନିଟ୍ ମଧ୍ୟରେ ଏହି ବିଲ ପାରିତ ହୋଇଥିଲା। ସଂସଦ ଗୋଟିଏ ବର୍ଷରେ ମାତ୍ର ୬୦-୬୫ ଦିନ ଚାଲେ । ଏପରି ସ୍ଥିତିରେ କିପରି ଲୋକଙ୍କ ସମସ୍ୟା ଉଠାଇ ପାରିବେ ବୋଲି ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.