Latest Odisha News

ବିରୋଧୀଙ୍କ ପାଇଁ ମୁଲତବି ହେଲା ବିଧାନସଭା

ଭୁବନେଶ୍ୱର: ଆଜି ବିଧାନସଭାରେ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ହୋହଲ୍ଲା ଦେଖିବାକୁ ମିଳିଛି । ଫଳରେ ବାଚସ୍ପତି ବିଧାନସଭାକୁ ଦିନ ୧୧ଟା ୩୦ ଯାଏ ମୁଲତବି ଘୋଷଣା କରିଛନ୍ତି । ପ୍ରଶ୍ନକାଳ ଆରମ୍ଭରୁ ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିଜେପି, କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ । ଫଳରେ ଦିନ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ।

ଚିଟଫଣ୍ଡ ପ୍ରସଙ୍ଗରେ ବିଜେପି ବିଧାୟକ ନାରାବାଜି କରିଥିବା ବେଳେ ରାଜ୍ୟରେ ମରୁଡ଼ି ପ୍ରସଙ୍ଗରେ ଆଲୋଚନା ପାଇଁ ଅଡ଼ି ବସିଥିଲେ କଂଗ୍ରେସ ସଦସ୍ୟ । ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ଏ ବିଷୟରେ ଆଲୋଚନା କରାଯିବ ବୋଲି ବାଚସ୍ପତି କହିଥିଲେ ମଧ୍ୟ ବିରୋଧୀ ବିଧାୟକ ଶୁଣି ନଥିଲେ । ଫଳରେ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ମୁଲତବି ଘୋଷଣା କରିଛନ୍ତି ।

Leave A Reply

Your email address will not be published.