Latest Odisha News

BREAKING NEWS

ନିଶା କାରବାର ପାଇଁ ଆପଣାଇଥିଲେ ନକଲି ବେଶ, ଏସଟିଏଫ ପଞ୍ଝାରେ ଦୁଇ ବେପାରୀ

ଭୁବନେଶ୍ୱର: ପୋଲିସ ଆଖିରେ ଧୂଳି ଦେବାକୁ ଯାଇ ବେଶ ବଦଳାଇ କରୁଥିଲେ ବ୍ରାଉନସୁଗାର ବେପାର । ରାଜଧାନୀସ୍ଥିତ ବରମୁଣ୍ଡାରେ ଏହି ବେଆଇନ କାରବାର କରୁଥିବାର ଖବର ପାଇ ଏସଟିଏଫ୍ ରେଡ୍ କରିବା ପରେ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ କପିଲ ଦେବ ମୁଜୁମଦାର ଏବଂ ରଶ୍ମି ରଞ୍ଜନ ଭୋଳ। କପିଲର ଘର ପଶ୍ଚିମବଙ୍ଗର ନଦିଆ ହୋଇଥିବା ବେଳେ ରଶ୍ମିର ଘର ଖୋର୍ଦ୍ଦା ଜିଲ୍ଲା ବୋଲି ଜଣାପଡିଛି।

ଗିରଫ ଦୁଇ ବ୍ୟକ୍ତି ପାଖରୁ କୋଟିଏ ୨୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି। ୧ କେଜି ୨୩୮ ଗ୍ରାମର ବ୍ରାଉନସୁଗର ସହ ନଗଦ ୧୭ ହଜାର ଟଙ୍କା ଜବତ ହୋଇଛି। ଏଥିସହ ଏମାନଙ୍କ ପାଖରୁ କିଛି ନକଲି ପରିଚୟ ପତ୍ର ଜବତ ହୋଇଛି।

ଦୁଇ ଅଭିଯୁକ୍ତ କୁଖ୍ୟାତ ବ୍ରାଉନସୁଗାର ବେପାରୀ ବୋଲି ଜଣାପଡିଛି। ଏମାନେ ପୋଲିସ ପୋଷାକରେ, ଗାଡି ନମ୍ବର ପ୍ଲେଟରେ ପୋଲିସ ବୋଲି ଉଲ୍ଲେଖ କରି ଚଳାଉଥିଲେ ଏହି ବେଆଇନ କାରବାର । ସେହିପରି ଏମ୍ସର ଡାକ୍ତର ବୋଲି ପରିଚୟ ଦେଇ ମଧ୍ୟ ଏହି ବେଆଇନ କାରବାରକୁ ସଫଳ କରିବାରେ ମାତିଥିଲେ।

ଏସଟିଏଫର ପ୍ରେସ ବିବୃତ୍ତି ଅନୁଯାୟୀ ଏମାନଙ୍କୁ ଗତକାଲି ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ପାଖରୁ ଭୁବନେଶ୍ୱର ଏମ୍ସ ଡାକ୍ତର ଭାବେ ନକଲି ପରିଚୟ ପତ୍ର, ପୋଲିସ୍ ୟୁନିଫର୍ମ ସହିତ ଫଟୋ, ଜେରକ୍ସ କପି, ସ୍ୱସ୍ତିକା ଇଭେଣ୍ଟ କମ୍ପାନୀର ପରିଚୟ ପତ୍ର, ଏକ ବୁଲେଟ୍ ଏବଂ ଦୁଇଚି ଲାପଟପ୍ ଜବତ କରାଯାଇଛି।

୨୦୨୦ ପରଠାରୁ, ଏସଟିଏଫ ୫୨ କିଲୋଗ୍ରାମରୁ ଅଧିକ ବ୍ରାଉନ୍ ସୁଗାର / ହିରୋଇନ୍, ୨୦୨ ଗ୍ରାମ କୋକେନ୍ ଏବଂ ୯୩ କ୍ୱିଣ୍ଟାଲରୁ ଅଧିକ ଗଞ୍ଜା, ଓପିଅମ୍ ୭୫୦ ଗ୍ରାମ ଜବତ କରିଛି ଏବଂ ୧୪୬ ରୁ ଅଧିକ ଡ୍ରଗ୍ ଡିଲର / ବେପାରୀଙ୍କୁ ଗିରଫ କରିଛି।

Leave A Reply

Your email address will not be published.