Latest Odisha News

BREAKING NEWS

ମଦ ଦୁର୍ନିତୀ ମାମଲା: ମୁଖ୍ୟମନ୍ତ୍ରୀଙ୍କୁ କୋର୍ଟଙ୍କ ସମନ, ୧୭ରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ମଦ ଦୁର୍ନିତୀ ମାମଲାରେ ଇଡିର ଅଭିଯୋଗକୁ ଗ୍ରହଣ କରି ରାଉସ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ସମନ ଜାରି କରିଛନ୍ତି। କେଜ୍ରିୱାଲଙ୍କୁ ୧୭ ଫେବୃଆରୀରେ ହାଜର ହେବାକୁ କୋର୍ଟ କହିଛନ୍ତି। ଏଠାରେ କହି ରଖୁ କି ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ଇଡି) ଦ୍ୱାରା ଜାରି କରାଯାଇଥିବା ସମନକୁ ପାଳନ ନକରିବାରୁ ଇଡି କେଜ୍ରିୱାଲଙ୍କ ବିରୋଧରେ କୋର୍ଟରେ ପହଞ୍ଚିଛନ୍ତି। ବାସ୍ତବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏପର୍ଯ୍ୟନ୍ତ ୫ଟି ସମନ ଜାରି କରିଛି, କିନ୍ତୁ ସେ ଥରେ ବି ହାଜର ହୋଇନାହାଁନ୍ତି। ଅରବିନ୍ଦ କେଜ୍ରିୱାଲ ଇଡିଙ୍କ ଡାକରାକୁ ବେଆଇନ ବୋଲି କହିଛନ୍ତି। ଏହା ପରେ ଇଡି କୋର୍ଟ ନିକଟକୁ ଯାଇ ଏକ ଆବେଦନ କରିଥିଲେ। ଏଥିରେ କୁହାଯାଇଛି ଯେ ବାରମ୍ବାର ଡକାଯିବା ସତ୍ତ୍ୱେ କେଜ୍ରିୱାଲ ପଚରାଉଚରା ପାଇଁ ହାଜର ହେଉନାହାନ୍ତି। ଏହି ମାମଲାର ଶୁଣାଣି ବେଳେ କୋର୍ଟ କେଜ୍ରିୱାଲଙ୍କୁ ଫେବୃଆରୀ ୧୭ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ କୋର୍ଟଙ୍କ ସମନକୁ ନେଇ ଆପ ପକ୍ଷରୁ ବୟାନ ଜାରି କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ ଆମେ କୋର୍ଟଙ୍କ ଆଦେଶ ଅଧ୍ୟୟନ କରୁଛୁ ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମସ୍ତ ସମନ କିପରି ବେଆଇନ ଥିଲା ତାହା ଆମେ କୋର୍ଟଙ୍କୁ ଜଣାଇବୁ।

ମୁଖ୍ୟମନ୍ତ୍ରୀଙ୍କ ଉପରେ କଣ ରହିଛି ଅଭିଯୋଗ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଭିଯୋଗ ହେଉଛି ଯେ ୨୦୨୧-୨୨ ମସିହାରେ ଦିଲ୍ଲୀ ସରକାରଙ୍କ ଏକ୍ସାଇଜ୍ ପଲିସିରେ ମଦ ବ୍ୟବସାୟୀଙ୍କୁ ଲାଇସେନ୍ସ ପ୍ରଦାନ ନିୟମରେ ପରିବର୍ତ୍ତନ କରି ଜଣାଶୁଣା ଡିଲରମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିଲା। ଏଥିପାଇଁ ଲାଞ୍ଚ ମଧ୍ୟ ନିଆଯାଇଥିଲା। ତେବେ ଆମ୍ ଆଦମୀ ପାର୍ଟି ଏହି ଅଭିଯୋଗକୁ ବାରମ୍ବାର ଅସ୍ୱୀକାର କରିଛି। ପରେ ଦିଲ୍ଲୀ ସରକାର ଏହି ନୀତି ବାତିଲ କରିଥିଲେ। କେଜ୍ରିୱାଲ ଏହା ପୂର୍ବରୁ ମଧ୍ୟ କହିଥିଲେ ଯେ କୌଣସି ଦୁର୍ନୀତି ହୋଇନାହିଁ। ମୋର ସବୁଠୁ ବଡ ସମ୍ପତ୍ତି ସଚ୍ଚୋଟତା ଉପରେ ଦାଗ ଲଗାଇବାକୁ ବିଜେପି ପ୍ରୟାସ କରୁଛି ବୋଲି କେଜ୍ରିୱାଲ କହି ଆସିଛନ୍ତି।

କେଜ୍ରିୱାଲଙ୍କୁ କୋର୍ଟ ଡକାଯିବାର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀର ସରକାରୀ ମନ୍ତ୍ରୀ ଅଟିଶୀ ଇଡି ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ନିଜେ ଇଡି ଅନୁସନ୍ଧାନରେ ଏକ ଘୋଟାଲା ରହିଛି। ଲୋକଙ୍କୁ ଭୟଭୀତ କରି ବିବୃତ୍ତି ଲେଖିବାକୁ ପ୍ରସ୍ତୁତ କରାଯାଉଛି। ଗତ ଦେଢ ବର୍ଷ ମଧ୍ୟରେ ସେ ଏହି ଘଟଣାରେ ଯାହା ବି ପ୍ରଶ୍ନ କରିଛନ୍ତି ତାହାର ଅଡିଓ ରେକର୍ଡିଂ ଡିଲିଟ ହୋଇଯାଇଛି। ଅଡିଓ ବାହାରିବା ସହିତ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.