Latest Odisha News

BREAKING NEWS

ସାମ୍ନାକୁ ଆସିଲା ଅପରେସନ ସିନ୍ଦୁରରେ ନିହତ ହୋଇଥିବା ପାକିସ୍ତାନର ଏହି ୫ ବଡ଼ ଆତଙ୍କୀଙ୍କ ନାମ

ନୂଆଦିଲ୍ଲୀ: ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କ ବିରୁଦ୍ଧରେ ଭାରତର ଅପରେସନ ସିନ୍ଦୁରରେ ନିହତ ଆତଙ୍କବାଦୀଙ୍କ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ସେମାନଙ୍କ ନାମ ଏବଂ ପରିଚୟ ପ୍ରକାଶ ପାଇଛି । ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ପାକିସ୍ତାନ ଏବଂ ପିଓକେରେ ପ୍ରବେଶ କରି, ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବାର ୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରାଯାଇଥିଲା ।

ମୁଦସର ଖଡିଆନ୍ ଖାସ୍ (ଅବୁ ଜୁନ୍ଦାଲ୍)

ଲସ୍କର-ଏ-ତୈୟବା ସହିତ ଜଡିତ ମୁଦସର ଖଡିଆନ୍ ଖାସ୍ (ଅବୁ ଜୁନ୍ଦାଲ୍) ଆତଙ୍କବାଦୀ ମୁରିଦକେରେ ଅବସ୍ଥିତ ‘ମରକଜ ତୈୟବା’ର ମୁଖ୍ୟ ଥିଲା । ତା ମୃତ୍ୟୁ ପରେ ପାକିସ୍ତାନ ସେନା ତାଙ୍କୁ ଗାର୍ଡ ଅଫ୍ ଅନର ଦେଇଥିଲା । ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଏବଂ ପକିସ୍ତାନର ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜମାତ-ଉଦ୍-ଦାୱାର ହାଫିଜ୍ ଅବଦୁଲ ରୌଫଙ୍କ ନେତୃତ୍ୱରେ ଏକ ସରକାରୀ ସ୍କୁଲରେ ତାର ଅନ୍ତିମ ସଂସ୍କାର କରାଯାଇଥିଲା । ଏଥିରେ ଜଣେ କାର୍ଯ୍ୟରତ ପାକିସ୍ତାନୀ ଲେଫ୍ଟନାଣ୍ଟ ଜେନେରାଲ ଏବଂ ପଞ୍ଜାବ ପୋଲିସର ଆଇଜି ମଧ୍ୟ ଯୋଗ ଦେଇଥିଲେ । ଏହି ଅବସରର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ହାଫିଜ୍ ମହମ୍ମଦ ଜମିଲ୍

ଜୈଶ-ଏ-ମହମ୍ମଦ ସହିତ ଜଡିତ ଆତଙ୍କବାଦୀ ହାଫିଜ୍ ମହମ୍ମଦ ଜମିଲ୍, ମୌଲାନା ମାସୁଦ ଅଜହରର ଶଳା ଥିଲା । ସେ ବହାବଲପୁରରେ ଅବସ୍ଥିତ ‘ମରକଜ ସୁବହାନ ଆଲ୍ଲାହ’ର ମୁଖ୍ୟ ଥିଲା । ସେ ଯୁବପିଢ଼ିଙ୍କୁ କଟ୍ଟରପନ୍ଥୀ ଏବଂ ସଂଗଠନ ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମରେ ସକ୍ରିୟ ଥିଲେ ।

ମହମ୍ମଦ ୟୁସୁଫ୍ ଅଜହର (ଉସ୍ତାଦଜୀ)

ଜୈଶ-ଏ-ମହମ୍ମଦର ଏହି ଆତଙ୍କବାଦୀ ମସୁଦ ଅଜହରର ଶଳା ମଧ୍ୟ ଥିଲା ଏବଂ ଆତଙ୍କବାଦୀମାନଙ୍କୁ ଅସ୍ତ୍ରଶସ୍ତ୍ର ତାଲିମ ଦେଉଥିଲା । ସେ ଜମ୍ମୁ ଏବଂ କଶ୍ମୀରରେ ଅନେକ ଆକ୍ରମଣରେ ଜଡିତ ଥିଲେ ଏବଂ ଫ୍ଲାଇଟ୍ IC-814 ଅପହରଣ ମାମଲାରେ ତାଙ୍କୁ ଖୋଜାଯାଉଥିଲା ।

ଖାଲିଦ (ଅବୁ ଅକାଶା)

ଏହି ଲସ୍କର-ଏ-ତୈୟବା ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଏବଂ ଆଫଗାନିସ୍ତାନରୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣରେ ସମ୍ପୃକ୍ତ ଥିଲା । ତାଙ୍କର ଅନ୍ତିମ ସଂସ୍କାର ଫୈସଲାବାଦରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପାକିସ୍ତାନ ସେନାର ବରିଷ୍ଠ ଅଧିକାରୀ ଏବଂ ଫୈସଲାବାଦର ଡେପୁଟି କମିଶନର ଯୋଗ ଦେଇଥିଲେ ।

ମହମ୍ମଦ ହସନ ଖାନ୍

ଜୈଶ-ଏ-ମହମ୍ମଦର ଏହି ଆତଙ୍କବାଦୀ ମୁଫତି ଅସଗର ଖାନ କଶ୍ମୀରୀର ପୁଅ, ଯିଏ ପିଓକେରେ ଜୈଶ ର ଶିବିର ଚଲାଉଥିଲା ଏବଂ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣର ସମନ୍ୱୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲା ।

Comments are closed.