Latest Odisha News

ଭାଷା ଭାଗବତ : କାଳୋପଯୋଗୀ ଯଂତ୍ରଲିପି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୧ 

କାଳୋପଯୋଗୀ ଯଂତ୍ରପାତି
କରଂତି ଲିପିର ଉନ୍ନତି
ପତ୍ର, କାଗଜ ଦେଇ ଛାଡ଼ି
ଅବସ୍ତୁ ରୂପେ ଯାଏ ମାଡ଼ି

ଅଂତର୍ଜାଲରୁ ହୋଇ ଚ୍ୟୁତ
ଲିପିଟେ ବେଶି ବ୍ୟବହୃତ
ହେବାର ସଂଭାବନା ଲୁପ୍ତ
ହେବାରୁ କିପାଇଁ ଚିଂତିତ

ବିଶ୍ବ ବ୍ୟବସ୍ଥା ସହ ଯୋଡ଼ି
ହୋଇ, ପାରିବ ଲିପି ବଢ଼ି
ସାଧିତ ହୋଇଲେ ସମତା
ବଢ଼ିବ ଭାଷୀଂକ ଦକ୍ଷତା

ଏକଘରିଆ ହୋଇ ରହି
ବିଶେଷ କିଛି ହେବନାହିଁ
ଏହା ତ ପ୍ରମାଣିତ କଥା
କିପାଇଁ ଭାବିବା ଅନ୍ୟଥା

ପରଂପରାର ବିଲୋପନ
ହେଲେ ବି ଭାଷାର ଉତ୍‌ଥାନ
ହୋଇଛି ଏହି ବିଶ୍ବ ସାରା
ସମୃଦ୍ଧ ହୋଇଅଛି ଧରା

 

Comments are closed.