Latest Odisha News

ଭାଷା ଭାଗବତ : ସ୍ବେଚ୍ଛା କଟକଣା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୪ 

ବାସ୍ତବତା ଓ ମନକଥା
ମଧ୍ୟରେ ନ ଥିଲେ ସମତା
ସଂଭବ ହୁଏ ଅସ୍ଥିରତା
ତହିଁରୁ ଜାତ ଅବ୍ୟବସ୍ଥା

ଭାଷାକୁ ଏଣୁତେଣୁ ଭାବି
ନ ହେଲେ ସତ୍ୟ ଅନୁଭବୀ
ହୋଇ ଧାରଣା ଅନୁଗତ
ଭାଷାରେ ସୃଷ୍ଟି କରୁଁ କ୍ଷତ

ଭାଷୀଂକ ଏପରି ଅଭ୍ୟାସ
ଚଂଚଳ ନ କଲେ ବିନାଶ
ବିକାଶ ହୁଏ ବିଳଂବିତ
ବ୍ୟକ୍ତି ନ ମୁଂଡାଏ ଦାୟିତ୍ବ

ଆପଣା ବଦଭ୍ୟାସ ଛାଡ଼ି
ସମୂହ ସହ ହେଲେ ଯୋଡ଼ି
ବ୍ୟକ୍ତିର ଶୁଦ୍ଧ ଅନୁରକ୍ତି
ଯୋଗାଏ ଅନାବିଳ ଶକ୍ତି

ଅନୁରକ୍ତି ଓ ଶକ୍ତି ବଳେ
ଭାଷାରୁ ଶୁଭଫଳ ମିଳେ
ଏହା ସର୍ବତ୍ର ପ୍ରମାଣିତ
ଗ୍ରାହ୍ୟ ହେଉ ଏ ମୂଳ ସତ୍ୟ

ନିଜର କଳ୍ପନା ଧାରଣା
ଯୋଗୁଁ ଅନେକ କଟକଣା
ସ୍ବେଚ୍ଛାରେ କରିଲେ ହନନ
ସଂଭବ ହୁଏ ଉନ୍ନୟନ

ଭାଷୀଂକୁ ଦେଲେ ସ୍ବାଧୀନତା
ବଢ଼େ ଭାଷାର ଗୁଣବତ୍ତା
ଅଯଥା ବାଧା ଓ ବଂଧନ
ଭାଷାର ମାନ କରେ କ୍ଷୁଣ୍ଣ

 

Leave A Reply

Your email address will not be published.