ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୧
ଭାଷାର ବିଧି ପ୍ରଣୟନ
ଅଥବା ନୀତି ନିର୍ଧାରଣ
ସର୍ବଦା ହୁଏ ଅକାରଣ
ଏହି ସତ୍ୟକୁ ଦେଇ ଧ୍ୟାନ
ନ କଲେ କିଛି ଉଦ୍ଭାବନ
ହୁଅଇ ସମୃଦ୍ଧି ସଂପନ୍ନ
ବାସ୍ତବ ଭାଷାର ସଂସାର
କରିଜାଣିଲେ ଆବିଷ୍କାର
ବୁଝିବା କର୍ତବ୍ୟ ଆମର
ସତରେ କେତେ ଦରକାର
ଅପ୍ରଚଳିତ ଶବ୍ଦ ଯୋଖି
ଯାହା କହୁଁ କି ରଖୁଁ ଲେଖି
ତହିଁର ନାହିଁ ପ୍ରୟୋଜନ
ବୁଝିପାରୁନି ଆମ ମନ
ଅତୀତ ସହ ହୋଇ ଯୋଡ଼ି
ବର୍ତମାନକୁ ଦେଲେ ଛାଡ଼ି
ପାଦରେ ଲାଗିରହେ ବେଡ଼ି
ଭାଷାଟି ରହିଥାଏ ପଡ଼ି
‘ କିଏ କ’ଣ ଭାବିବ? ‘ ବୋଲି
ଯାଉଁ ଯଦି କର୍ତବ୍ୟ ଭୁଲି
କେହି କି ପାରିବେ ସଂଭାଳି
ଆମର ତୁଚ୍ଛ ଗୃହକଳି ?
ସ୍ବଭାଷୀ ହୋଇ ସଚେତନ
କରିଲେ କଥନ, ଶ୍ରବଣ
ସହିତ ଲିଖନ, ପଠନ
ବଢ଼ିବ ସ୍ବଭାଷାର ମାନ
Comments are closed.