Latest Odisha News

BREAKING NEWS

ଭାଷା ଭାଗବତ : ଯୋଡ଼ା ଛଡ଼ା ଭେଦ (୨)

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୭

ଶବ୍ଦ ମଝିରେ ଶୂନ୍ୟସ୍ଥାନ
ପଦକୁ କରେ ଅର୍ଥପୂର୍ଣ
କଲେ ଅଯଥା ଯୋଡ଼ାଯୋଡ଼ି
ସହଜେ ହୁଏନାହିଁ ପଢ଼ି

ସ୍ବାଧୀନ ହେଲେ ସବୁ ଶବ୍ଦ
ଭାଷାକୁ ଛୁଏଁନି ବିପଦ
ଏ ସବୁ ଆମ ହାତକାମ
ସାରିଲେ ମିଳିବ ବିଶ୍ରାମ

କରତ ଧର, କାଠ କାଟ
କର ତ, ନ ଲଗାଇ ନାଟ

ପଶମ ପୋଷାକ ଭଂଡାର
ପଶ ମ, ବିଳଂବ ନ କର

ଆଗ ମିଠେଇ ଦେ ଖାଇବି
ତା’ପରେ ଚିଠି ଦେଖାଇବି

ହେଲେ ବି ହିଂସ୍ର ନରହଂତା
କାରାଗାରରେ ନ ରହଂତା

ମାମଲା କାହିଁକି କେଜାଣି
ମା ମଲା, କିଛି ବି ନ ଜାଣି

ମା ପିଲା ଉଚ୍ଚତା ମାପିଲା
ଚାହୁଁଚାହୁଁ ସେ ବଡ଼ ହେଲା

ପ୍ରଭୁଂକୁ ଯୋଡ଼ି ବେନିକର
ନେତାଂକୁ ଯୋଡ଼ିବେନି କର

ଏବେ ଦୁଇ କପ୍‌ ଚା କର
ଛୁଟିରୁ ଫେରିନି ଚାକର

ମା ମୁଁ ଏକାକୀ ପହଂଚିଲି
ମାମୁ ପରେ ଆସିବେ ବୋଲି

ଜାଣିଲି ଏ ଘିଅ ନକଲି
ବ୍ୟବହାର ଆଉ ନ କଲି

ଏ ପରିସ୍ଥିତି ଭୟଂକର
ଏପରି ସ୍ଥିତି ଭୟଂକର

ଏ ପରିଶ୍ରମ କ୍ଳାଂତିକର
ଏପରି ଶ୍ରମ କ୍ଳାଂତିକର

ଉଭୟଂକର ଭୟଂକର
ଆଚରଣକୁ କ୍ଷମା କର

କୁକଥା କେବେ ନ କହିବ
ଏ କଥା ମନେ ରଖିଥିବ

ଏକତା ଅଟେ ମହାବଳ
ଏ କତା ଦଉଡ଼ି ସଂଭାଳ

 

Comments are closed.