Latest Odisha News

BREAKING NEWS

ଭାଷା ଭାଗବତ : ଯୋଡ଼ା ଛଡ଼ା ଭେଦ (୩)

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୯

ଅନେକ ଏକାକ୍ଷରୀ ଶବ୍ଦ
ଅଟଂତି ଭାଷାର ସଂପଦ
ଆ ଆଁ ଆଃ ଏ ଏଁ ଏଃ ଓ ଓଁ ଓଃ
ମୁଁ ତୁ ସେ ନା ନାଁ ହଁ ହିଁ ହୁଁ ହୋ

ସତରେ ଅଟଂତି ସ୍ବାଧୀନ
ଲୋଡ଼ଂତି ନିଜ ନିଜ ସ୍ଥାନ
ଅଯଥା କଲେ ଯୋଡ଼ାଯୋଡ଼ି
ପାରଂତିନାହିଁ ବେଶି ବଢ଼ି

ବଟିକା ଖାଇ ବି କମିନି
ଆଉ ଅଧିକ ଖାଇବିନି

କାହାକୁ ବିଧା ନ ମାରିବ
ନିୟମ ବିଧାନ ମାନିବ

ନକଲ ନ କଲ କିପାଇଁ?
ଅବସ୍ଥା ସତେ ଜଣାନାହିଁ!

ସିଏ ବି ଗତବର୍ଷ ଥିଲା
ଆମେ ବିଗତ ବର୍ଷ ଥିଲାଁ

ଏହା ତ ହେବାର ନ ଥିଲା
ଏ ହାତ କେମିତି ଭାଂଗିଲା ?

ନ ଖଟି ପାଇବନି ଭାତ
ନଖଟି ବହୁତ ଲଂବା ତ!

ଆମ ଗାଆଁ ବି ଲୀନ ହେବ
ତୁମ ଗାଆଁ ବିଲୀନ ହେବ

କୁସଂସ୍କାର ବି ଲୁପ୍ତ ହେବ
କୁସଂସ୍କାର ବିଲୁପ୍ତ ହେବ

ସଭାରେ ଖୋଲିବାକୁ ମୁହଁ
ସ୍ବେଚ୍ଛାରେ କରିଥିଲି ମୁଁ ହଁ

ସୁପ୍ରଭା କହି ‘ ସୁପ୍ରଭାତ ‘
ପ୍ରଭାତ ସଂଗେ ଖାଏ ଭାତ

ଦୋକାନରେ ଖଟି ଆଣିବ
ଘରେ ଖଟିଆରେ ଶୋଇବ

Comments are closed.